Pratidin TV

Odisha's Digital News Platform

ଜବର୍ ଦଖଲ୍ ଉଛେଦ୍ ସମୟରେ ମହିଳାଙ୍କ ହାଏଡ୍ରାମା : କଲେକ୍ଟରଙ୍କୁ ଦାୟୀ କରି, ବିଷ ପିଇଦେଲେ ମହିଳା ..

1 min read

ବୌଦ୍ଧ : ଦୀର୍ଘ ୨ ଘଣ୍ଟାର ହାଏ ଡ୍ରାମାପରେ ପୋଲିସ୍ ଏବଂ ଦମକଳ ବାହୀନି ମହିଳାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବାଉଁଶୁଣିରେ। ଆଜି ବାଉଁଶୁଣିରେ ଦ୍ଵିତୀୟ ପର୍ଯ୍ୟାୟ ଜବର୍ ଦଖଲ ଉଛେଦ ଚାଲିଥିବା ବେଳେ ଆମେ ସରକାରୀ ଜମିରେ ଘର କରିନାହୁଁ ଏବଂ ଆମେ କୋର୍ଟରେ କେଶ୍ କରିଛୁ ବୋଲି କହିବା ସହ ପୋଲସ କର୍ମୀଙ୍କୁ କାଗଜପତ୍ର ଦେଖାଇଥିଲେ ଗୋଟେ ପରିବାର । ତେବେ ସେମାନେ ଏ ବାବଦରେ କଲେକ୍ଟରଙ୍କ ସହ କଥାବାର୍ତ୍ତା ହୋଇଛୁ ବୋଲି କହିଥିଲେ ମହିଳା । କିନ୍ତୁ ଏସବୁ କଥାକୁ ବେଖାତିର କରି ତହସିଲ୍ ପ୍ରଶାସନ କର୍ମଚାରୀମାନେ ସରକାରୀ ଜମିରେ ଘର ହୋଇଛି ଆମେ ଭାଙ୍ଗିବୁ ବୋଲି କହିଥିଲେ ।

ତେବେ ଏମିତି ଯୁକ୍ତିତର୍କ ପରେ ମହିଳା ଜଣକ ନିଜ ଘର ଉପରକୁ ଯାଇ ଯଦି ଘର ଭାଙ୍ଗିବ ବିଷ ପିଇ ଆତ୍ମହତ୍ୟା କରିବି ବୋଲି ବାରମ୍ବାର କହୁଥିଲେ। ପରେ ପୋଲିସ୍ ଏବଂ ଦମକଳ ବାହିନୀ ମାନେ ମହିଳା ଜଣଙ୍କୁ କାବୁ କରିବା ସମୟରେ ମହିଳା ହାତରେ ଧରିଥିବା ବୋତଲରେ କଣ ରଖିଥିଲେ ତାହା ପିଇଦେଇଥିଲେ। ପରେ ତାଙ୍କୁ ବାଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଛି । ତେବେ ମହିଳାଙ୍କୁ ହସ୍ପିଟାଲ ନେବା ସମୟରେ ସେ ଗୋଟେ କଥାହିଁ କହୁଥିଲେ ଯେ ଏସବୁ ପାଇଁ କଲେକ୍ଟର ହିଁ ଦାୟୀ । ଆମେ କେସ୍ କରିଛୁ , କଲେକ୍ଟର ସବୁ ଜାଣିଛନ୍ତି ଏସବୁ ପାଇଁ ସେ ହିଁ ଦାୟୀ ।

Advertisement

ଅନ୍ୟପଟେ ବୁଲଡୋଜର ସରକାରୀ କର୍ମଚାରୀଙ୍କ ନିର୍ଦ୍ଦେଶ କ୍ରମେ ଘର ଗୁଡିକୁ ସରକାରୀ ଜାଗା ଉପରୁ ଉଚ୍ଛେଦ କରିଛି । କିନ୍ତୁ ଏଠି କିଏ ସତ କହୁଛି ? ଯଦି ମହିଳାଙ୍କ ଘର ସରକାରୀ ଜମି ଉପରେ ତେବେ ମହିଳା ଜଣଙ୍କ ଦେଖାଉଥିବା କାଗଜପତ୍ର କଣ ଭୁଲ । ଯଦିବି ଏହା ସରକାରୀ ଜାଗାରେ ହୋଇଛି ତେବେ ତାଙ୍କ ଥଇଥାନ ପାଇଁ କଣ କିଛି ବ୍ୟବସ୍ଥା ନାହିଁ ।

Leave a Reply

Your email address will not be published. Required fields are marked *