Pratidin TV

Odisha's Digital News Platform

ଡ୍ୟୁଟିି ବେଳେ ସୁରକ୍ଷିତ ନୁହଁନ୍ତି ମହିଳା ହୋମଗାର୍ଡ , ଅସଦାରଣ କରି ଗାଳିଗୁଲଜ କଲେ କନେଷ୍ଟବଳ ସାର୍…..

1 min read

ବାଲେଶ୍ଵର ; ପୁଣି ଖାକିରେ ଲାଗିଲା ଦାଗ। ଡ୍ୟୁଟିରେ ଥିବାବେଳେ ମହିଳା ହୋମଗାର୍ଡଙ୍କୁ କନେଷ୍ଟବଳ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ୩ମାସ ବିତି ଯାଇଥିଲେ ବି ଥାନାରେ ହୋମଗାର୍ଡଙ୍କୁ ନ୍ୟାୟ ମିଳିଲାନି। ଶେଷରେ କୋର୍ଟର ଦ୍ବାରସ୍ଥ ହେଲେ ମହିଳା। ବାଲେଶ୍ବରରେ ଏଭଳି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି।

ଅଭିଯୋଗ ଅନୁଯାୟୀ ମହିଳା ହୋମଗାର୍ଡ ପୋଲିସ ହେଡକ୍ବାଟର ନିକଟସ୍ଥ ସଂକୃତ ଭବନରେ ଡ୍ୟୁଟି କରୁଥିଲେ। ଗତ ସେପ୍ଟେମ୍ବର ୨୧ ତାରିଖରେ ମହିଳା ହୋମଗାର୍ଡ ଡ୍ୟୁଟି କରୁଥିବାବେଳେ କନେଷ୍ଟବଳ ଅଲିଫ କୁମାର ଦାସ ତାଙ୍କୁ ଅସଦାଚରଣ କରିଥିଲେ। ଏହାର ପ୍ରତିବାଦ କରିଥିଲା ମହିଳା ହୋମଗାର୍ଡ। ଏ ସମ୍ପର୍କରେ ସେ ପୋଲିସ ରିଜର୍ଭ ଇନସପେକ୍ଟରକୁ(RI) ଜଣାଇଥିଲେ। ମାତ୍ର ଘଟଣାର ଆପୋଷ ସମାଧାନ ପାଇଁ ମହିଳା ହୋମଗାର୍ଡକୁ କୁହାଯାଇଥିଲା। ହେଲେ ସେ ରାଜି ନହେବାରୁ କନିଷ୍ଟବଳ ମାନସ କୁମାର ପାଣିଗ୍ରାହୀ ଜାତି ଉଠାଇ ତାଙ୍କୁ ଗାଳି ଗୁଲଜ କରିଥିଲେ। ପ୍ରଥମେ ଅସଦାଚରଣ ଓ ପରେ ଜାତି ଉଠାଇ ଗାଳି ଗୁଲଜ କରିବା ମହିଳାଙ୍କୁ ଗଭିର ଆଘାତ ଦେଇଥିଲା। ମାନସିକ ଭାବେ ଭାଙ୍ଗି ପଡିଥିଲେ ମହିଳା କନେଷ୍ଟବଳ।ନ୍ୟାୟ ନ ମିଳିବାରୁ ୩ ଅକ୍ଟୋବରରେ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ। ମାତ୍ର ସେଠାରେ ମଧ୍ୟ ଘଟଣାର ଆପୋଷ ସମାଧାନ ପାଇଁ ପୋଲିସ ପକ୍ଷରୁ ପ୍ରଚେଷ୍ଟା କରାଯାଇଥିଲା।

ମାତ୍ର ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଥିଲେ ମହିଳା। ନ୍ୟାୟ ଦେବାରେ ପୋଲିସ ବିଫଳ ହେବାରୁ ବାଧ୍ୟ ହୋଇ ପୁଣି କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ମହିଳା। ଅସଦାଚରଣ ଓ ଜାତି ଉଠାଇ ଗାଳି ଦେବା ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ହୋମଗାର୍ଡକୁ ପୋଲିସ ବିଭାଗର ଏକ ଅଙ୍ଗ ବୋଲି ବିବେଚନା କରାଯାଏ। ମାତ୍ର ଜଣେ ମହିଳା ହୋମଗାର୍ଡ ଡ୍ୟୁଟିରେ ଥାଇ ଜଣେ କନେଷ୍ଟବଳ ଦ୍ବାରା ଅସଦାଚରଣର ଶିକାର ହେବା ଓ ପରେ ଜାତି ଉଠାଇ ଗାଳି ଗୁଲଜ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ପୋଲିସ ଯଦି ଜଣେ ହୋମଗାର୍ଡଙ୍କୁ ନ୍ୟାୟ ଦେଇ ପାରୁନି ତେବେ ସାଧାରଣ ଲୋକଙ୍କୁ କଣ ନ୍ୟାୟ ଦେବ ଏନେଇ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *