Pratidin TV

Odisha's Digital News Platform

ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ କଲେ ଷ୍ଟେସନ ମାଷ୍ଟର

1 min read

ନୂଆଦିଲ୍ଲୀ : ହରିଆଣାର ରେୱାରୀ ରେଲୱେ ଷ୍ଟେସନ ରେ ଘଟିଛି ଏକ ଲଜ୍ୟା ଜନକ ଘଟଣା । ସୂଚନା ମୁତାବକ ସୋମବାର ସନ୍ଧ୍ୟାରେ ମହିଳା ସାମ୍ବାଦିକା ଜଣକ କୌଣସି କାମରେ ଯିବା ପାଇଁ ରେୱାରୀ ଷ୍ଟେସନର ଅପେକ୍ଷାଳୟରେ ଟ୍ରେନ ଆସିବା ପାଇଁ ଅପେକ୍ଷା କରିଥିଲେ । ଏହାପରେ ସେ ଷ୍ଟେସନର ଶୌଚାଳୟ ବ୍ୟବହାର କରିବାକୁ ଯାଇଥିଲେ । କିନ୍ତୁ ଶୌଚାଳୟରେ ତାଲା ପଡିଥିବାର ଦେଖି , ଷ୍ଟେସନ ମାଷ୍ଟରଙ୍କୁ ଚାବି ମାଗିଥିଲେ ।

ସେଠାରେ ଉପସ୍ଥିତ ଥିବା ଷ୍ଟେସନ ମାଷ୍ଟର ଭିନୟ ଶର୍ମା ଓ ତାଙ୍କର ଆଉ ଜଣେ କର୍ମଚାରୀ ଶୋଚାଳୟର ଚାବି ଦେବାକୁ ମନାକରିଦେଇଥିଲେ । ଏହା ପରେ ମହିଳା ସାମ୍ବାଦିକା ଜଣକ କାରଣ ପଚାରିବାରୁ ସେମାନେ ପରିହାସ କରି ମହିଳା ମାନେ ଶୋଚାଳୟକୁ ଆସନା କରୁଥିବା କହିଥିଲେ । ତାସହ ସାମ୍ବାଦିକା ଜଣଙ୍କୁ ଅସଦାଚରଣ ମଧ୍ୟ କରିଥିଲେ । ଏହାପରେ ସାମ୍ବାଦିକା ଜଣଙ୍କ ନିକଟସ୍ଥ ରେଲୱେ ପୋଲିସ ଷ୍ଟେସନ ଆସି ଷ୍ଟେସନ ମାଷ୍ଟର ଭିନୟ ଶର୍ମା ଓ ତାଙ୍କ ସହକର୍ମୀଙ୍କ ନାରେ ଏଫ୍‌ଆଇଆର ଦେଇଥିଲେ ।

Advertisement

ରେଲେଓ ପୋଲିସ ସୂଚନା ମୁତାବକ ଊଭୟ ଅଭିଯୁକ୍ତଙ୍କ ନାମରେ ଆଇପିସି ଧାରା୩୫୪ (ମହିଳାଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ କ୍ରୋଧିତ କରାଇବା ବା ଆକ୍ରମଣ କରିବା ),ଧାରା ୫୦୬ (ଅପରାଧିକ ଭୟ ଦେଖାଇବା) ଏବଂ ଧାରା ୫୦୯(ଶବ୍ଦ,ଅଙ୍ଗଭଙ୍ଗୀ କିମ୍ବା କାର୍ଯ୍ୟରତ ଜଣେ ମହିଳାଙ୍କ ନମ୍ରତାକୁ ଅପମାନିତ କରିବା ) ଉଦେଶ୍ୟରେ ଏଫ୍‌ଆଇଆର ପଞିକୃତ ହୋଇଛି । ଏହାସହ ସେ ଦୁହିଁଙ୍କ ଉପରେ ଶ୍ରୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦେଇଛି ରେଲୱେ ପୋଲିସ ।

Leave a Reply

Your email address will not be published. Required fields are marked *