Pratidin TV

Odisha's Digital News Platform

ସାନ ସଉତୁଣୀର ତଣ୍ଟି ଚିପି ହତ୍ୟା କଲା ବଡ ସଉତୁଣୀ …

କେନ୍ଦୁଝର : ପାରିବାରିକ କଳହ ନେଲା ଜୀବନ । ସଉତୁଣୀର ତଣ୍ଟି ଛିପି ହତ୍ୟା କଲା ସଉତୁଣୀ । ଏଭଳି ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନଇଗାଁରେ। ମୃତ ମହିଳା ଜଣଙ୍କ ହେଲେ ଆଶା ମୁଣ୍ଡା।

ସୂଚନାଯୋଗ୍ୟ ଯେ ନଇଗାଁର ଆକାଶ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କର ୨ ପତ୍ନୀ । ପ୍ରଥମ ପତ୍ନୀ ମୁନି ମୁଣ୍ଡା ଏବଂ ୨ୟ ପତ୍ନୀ ଆଶା ମୁଣ୍ଡା । ଉଭୟ ଗୋଟିଏ ଛାତ ତଳେ ଆକାଶଙ୍କ ସହ ରୁହନ୍ତି । ତେବେ ଆକାଶ କିନ୍ତୁ ପ୍ରଥମ ପତ୍ନୀଙ୍କ ଅପେକ୍ଷା ନିଜ ୨ୟ ପତ୍ନୀଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି । ଏନେଇ ୨ ସଉତୁଣୀଙ୍କ ମଧ୍ୟରେ ଅନେକ ସମୟରେ କଳି ଝଗଡା ଲାଗିରୁହେ ।

ତେବେ ଶୁକ୍ରବାର ବଡ ସଉତୁଣୀ ମୁନି , ଆଶାକୁ ନଦୀପଠାକୁ ଗାଧୋଇ ଯିବା କହି ସାଙ୍ଗରେ ନେଇଯାଥିଲା । ଏବଂ ସୁଯୋଗ ଦେଖି ବଣ ଜାଗାରେ ଆଶାର ତଣ୍ଟି ଚିପି ହତ୍ୟା କରି ଚାଲିଆସିଥିଲା । ଦିନସରି ସନ୍ଧ୍ୟା ହେବାରୁ ଆଶା ଘରକୁ ନଫେରିବାରୁ ସ୍ୱାମୀ ଆକାଶ ରାତିରେ ବାହାରିପଡିଥିଲେ ସ୍ତ୍ରୀକୁ ଖୋଜିବାକୁ । ଅନେକ ଖୋଜା ଖୋଜି ପରେ ନଦୀ ପାଖରେ ଏକ ବୁଦା ନିକଟରେ ଆଶାଙ୍କୁ ଅଚେତ୍ ଅବସ୍ଥାରେ ପାଇଥିଲେ ଆକାଶ । ଏହାପରେ ସେ ତୁରନ୍ତ ଆଶାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ । ସେଠାରେ ଡାକ୍ତର ଆଶାଙ୍କୁ ମୃତ ଘୋଷଣା କରିବାପରେ, ଆକାଶ ତୁରନ୍ତ ଥାନାରେ ନିଜ ପ୍ରଥମ ପତ୍ନୀ ନାଁରେ ଅଭିଯୋଗ ଆଣିଥିଲେ । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୁନିଙ୍କୁ ଗିରଫ କରିଥିବା ବେଳେ ଆକାଶଙ୍କୁ ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *