ପରକ୍ରିୟା ପ୍ରୀତି ହେଲା କାଳ , ଚାଲିଗଲା ମହିଳାଙ୍କ ଜୀବନ ..
1 min readସ୍ୱାମୀ ଥାଉ ଥାଉ ପ୍ରଥମେ ପର ପୁରୁଷ ସହ ସ୍ତ୍ରୀ ରଖିଲା ଅନୈତିକ ସମ୍ପର୍କ | ସ୍ୱାମୀ ଏସବୁ ଦେଖି ସହିନପାରି ଶେଷରେ ଜୀବନ ହାରିଲା | ପୁଅ ଝିଅ ମଧ୍ୟ ମାର ପରକିୟା ପ୍ରୀତିକୁ ବିରୋଧ କଲେ କିନ୍ତୁ ଶେଷରେ ପରିଣାମ ହେଲା ମୃତ୍ୟୁ | ଆଉ ଶେଷରେ ସେହି ପ୍ରେମରେ ତିକ୍ତତା ଆସିଲା ପ୍ରେମିକ ଶାରୀରିକ ସମ୍ପର୍କ ରଖିବା ପାଇଁ ଡାକିଲା ଆଉ ଅତି ନିର୍ମମ ଭାବେ ହତ୍ୟା କଲା ଜଣେ ପ୍ରେମିକ | ଏଭଳି ଏକ ଘଟଣା ଘଟିଛି ଧାମନଗର ଥାନା ଅଧୀନ ଗୁଣୁପୁର ଗ୍ରାମରେ |ସେହି ଗ୍ରାମର ବାବୁଲି ମୁଣ୍ଡା ଙ୍କ ସ୍ତ୍ରୀ କୁନି ମୁଣ୍ଡା 3 ବର୍ଷ ପୂର୍ବେ ସେହି ଗ୍ରାମର ସଂଜୀବ ଲେଙ୍କା ସହ ସମ୍ପର୍କ ଗଢ଼ିଥିଲେ,|
ଧୀରେ ଧୀରେ ତାହା ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ଆଡକୁ ମଧ୍ୟ ବଢିଥିଲା କିନ୍ତୁ ଯେତେବେଳେ କୁନି ଙ୍କ ସ୍ୱାମୀ ଜାଣିବାକୁ ପାଇଥିଲେ ସେତେବେଳେ କୁନି ନିଜ ସ୍ୱାମୀଙ୍କୁ ମଧ୍ୟ ଅତି ନିର୍ମମ ଭାବେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ସେଥିପାଇଁ ସ୍ୱାମି ଜୀବନ ହାରିଥିଲେ | ହେଲେ ତଥାପି କୁନି ଙ୍କର ପରକୀୟା ପ୍ରୀତି ନିଶା ଛାଡ଼ିନଥିଲା |ନିରନ୍ତର ଭାବେ କୁନି ସଂଜୀବ ଙ୍କ ସହ ଶାରୀରିକ ସମ୍ପର୍କ ରଖିଚାଲିଥିଲେ ଆଉ ଏହାରି ଭିତରେ କୁନି ଙ୍କର ପିଲାମାନେ ମଧ୍ୟ କୁନିଙ୍କୁ ବାରଣ କରିଥିଲେ ସୁଦ୍ଧା କୁନି ଙ୍କୁ ପ୍ରେମ ନିଶା ଏତେ ଘାରିଥିଲେ ଯେ ସେ କାହା କଥା ଶୁଣି ନଥିଲେ | ଗତକାଲି ସଂଜୀବ କୁନି ଙ୍କୁ ଫୋନ କରି ବଣକୁ ଡାକିଥିଲେ କୁନି ମଧ୍ୟ ଯାଇଥିଲେ | ହେଲେ କୁନି ଆଉ ଘରକୁ ଫେରିନଥିଲେ ଏହାପରେ ପିଲାମାନେ ବ୍ୟସ୍ତ ବିବ୍ରତ ଭାବରେ କୁନୀଙ୍କୁ ଖୋଜିଥିଲେ | , ପିଲାମାନେ ମା କୁ ଖୋଜି ଖୋଜି ବଣକୁ ଯାଇଥିଲେ | ଆଉ ସେଠାରେ କୁନି ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥା ରେ ପଡିଥିବା ଦେଖିବାକୁ ପାଇଥିଲେ | ସଙ୍ଗେ ସଙ୍ଗେ ପିଲାମାନେ ଆମ୍ବୁଲାନ୍ସ ଯୋଗେ କୁନି ଙ୍କୁ ଭଦ୍ରକ ମୁଖ୍ୟଚିକିତ୍ସାଳୟ କୁ ଆଣିଥିବା ବେଳେ ସମ୍ପୂର୍ଣ ଘଟଣା ଗଣମାଧ୍ୟମ ଆଗରେ କୁନିଙ୍କ ଜ୍ୱାଇଁ ବଖାଣିଛନ୍ତି |