Pratidin TV

Odisha's Digital News Platform

Women premier league : ଦିଲ୍ଲୀ କ୍ୟାପିଟାଲକୁ ମାତ୍ ଦେଲା ମୁମ୍ବାଇ ଇଣ୍ଡିଆନ୍ସ , ହାତେଇଲା ବିଜେତା ଟ୍ରଫି ..

1 min read

ମୁମ୍ବାଇ : ଦେଶରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ମହିଳା ପ୍ରିମିୟର ଲିଗ୍‌ରେ ବାଜି ମାରିଛି ମୁମ୍ବାଇ ଇଣ୍ଡିଆନ୍ସ । ଗତକାଲି ଫାଇନାଲରେ ଏହି ଦଳ ୭ ଓି୍ୱକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ମହିଳା ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣ ଟ୍ରଫି ହାତେଇଛି ।

ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଦିଲ୍ଲୀ କ୍ୟାପିଟାଲ ମୁମ୍ବାଇକୁ ୧୩୨ ରନ୍‌ର ଟାଗେର୍ଟ ଦେଇଥିଲା । ବିଜୟ ଲକ୍ଷ୍ୟରେ ମୁମ୍ବାଇ ପ୍ରଥମ ୱିକେଟ୍ ଭାବେ ୧୩ ରନ୍‌ରେ ଓପନର ୟାସ୍ତିକା ଭାଟିଆଙ୍କୁ ହରାଇଥିଲା । ଏହାପରେ ଦଳୀୟ ସ୍କୋର ୨୩ ରନ୍‌ରେ ହାଲି ମାଥ୍ୟୁସ୍ (୧୩)ଙ୍କୁ ହରାଇ ସଂକଟରେ ପଡିଥିଲା । ହେଟେ ୩ୟ ୱିକେଟ୍‌ରେ ଅଧିନାୟକ ହର୍ମନପ୍ରୀତ କୌର(୩୭ରନ୍ ,୩୯ବଲ୍‌,୫ଚୌକା)ଓ ନାଟ୍ ଶ୍ଚିଭର ବ୍ରଣ୍ଟ ୭୨ ରନ୍ କରି ଦଳକୁ ବିଜୟ ମୁହଁ କରାଇଥିଲେ । ୧୬.୧ ଉଭରରେ ଦଳୀୟ ସ୍କୋର ୯୫ ଥିଲା ବେଳେ ହର୍ମନପ୍ରୀତ ରନ୍‌ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ହେଲେ ବ୍ରଣ୍ଟ (୬୦ରନ୍ ,୫୫ବଲ୍ ,୭ଚୌକା)ନିଜର ଅର୍ଦ୍ଧଶତକ ପୂରଣ କରିବା ସହ ଆମେଲିଆ କେର୍ (୧୪,୮ ବଲ୍ ,୨ ଚୌକା )ଙ୍କୁ ସାଥୀ କରି ଦଳକୁ ୩ବଲ୍ ପୂର୍ବରୁ ବିଜୟ ଭେଟି ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *