Pratidin TV

Odisha's Digital News Platform

ମହିଳାଙ୍କ ପାଇଁ ସାରଥି ସାଜିଲେ ନବୀବ ; ଗଣତନ୍ତ୍ରର ସର୍ବୋଚ୍ଚ ସ୍ତରରେ ନିଷ୍ପତ୍ତି ନେବାର ଅଧିକାର ପାଇବେ ମହିଳା ..

1 min read

ଭୁବନେଶ୍ୱର ; ଲୋକସଭା ଏବଂ ରାଜ୍ୟସଭା ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ ଚାରିଆଡେ ଖେଳି ଯାଇଛି ଖୁସିର ଲହରୀ । ମହିଳା ସଂସଦମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହ ଧନ୍ୟବାଦ ଜଣାଇ ଫଟୋ ଉଠାଇଛନ୍ତି ।
ତେବେ ମହିଳାଙ୍କୁ ହକ ଦେବ ଏହି ମହିଳା ସଂରକ୍ଷଣ ବିଲ୍ । ମହିଳାମାନେ ଗଣତନ୍ତ୍ରର ସର୍ବୋଚ୍ଚ ସ୍ତରରେ ନିଷ୍ପତ୍ତି ନେବାର ଅଧିକାର ପାଇବାକୁ ଯାଉଛନ୍ତି। ଦେଶର ସମ୍ବିଧାନରେ ମହିଳା ସଶକ୍ତିକରଣର ନୂଆ ସ୍ବର୍ଣ୍ଣିମ ଅଧ୍ୟାୟ ଲେଖା ହେବ । ଯାହା ନବୀନଙ୍କ ବଳିଷ୍ଠ ଉଦ୍ୟମ ଯୋଗୁଁ ସମ୍ଭବ ହେବାକୁ ଯାଉଛି ।

ମୁଖ୍ୟମନ୍ତ୍ରୀ ଓ ମହିଳା ପାୱାର

Advertisement

ତୃଣମୂଳ ସ୍ତରରେ ମହିଳାଙ୍କ ପ୍ରତିନିଧିତ୍ବ ପାଇଁ ୧୯୯୨ରେ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କରି ଦେଶରେ ନୂଆ ଇତିହାସ ସୃଷ୍ଟି କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ନବୀନ ଆଉ ପାଦେ ଆଗେଇ ୨୦୧୧ ଓ ୨୦୧୨ରେ ପଞ୍ଚାୟତ ଓ ପୌର ପରିଷଦରେ ମହିଳାଙ୍କ ପାଇଁ ସଂରକ୍ଷଣ ହାର ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ । ମହିଳା ସଶକ୍ତିକରଣରେ ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ବିରୋଧୀ ବି ପ୍ରଶଂସା କରିବାକୁ ବାଧ୍ୟ ହୋଇଛନ୍ତି ।

ସେହିପରି ଆଗରୁ ୪ ଥର ମହିଳା ସଂରକ୍ଷଣ ବିଲ୍ ସଂସଦରେ ଆସିଥିଲା ସତ, କିନ୍ତୁ କେନ୍ଦ୍ରର ଆନ୍ତରିକତା ଅଭାବରୁ ସଂସଦରେ ପାରିତ ହୋଇପାରିନଥିଲା । ୨୦୧୮ରୁ ବିଧାନସଭାରେ ସଂକଳ୍ପ ପାରିତ କରାଇ ଜାତୀୟ ସ୍ତରରେ ସବୁ ଦଳର ସହମତି ଆଣିବାରେ ନବୀନ ସାଜିଥିଲେ ପ୍ରଥମ ପୁରୋଧା । ଖାଲି ସେତିକି ନୁହେଁ, ୨୦୧୯ ସାଧାରଣ ନିର୍ବାଚନରେ ଲୋକସଭା ପାଇଁ ଏକ ତୃତୀୟାଂଶ ପ୍ରାର୍ଥୀ ଦେଇ ମୁଖ୍ୟମନ୍ତ୍ରୀ ସୃଷ୍ଟି କରିଥିଲେ ନୂଆ ଇତିହାସ । ବର୍ତ୍ତମାନ ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ରହିବ ଏକ ତୃତୀୟାଂଶ ଆସନ ସଂରକ୍ଷଣ । ବିଲ୍ ପାଇଁ ହେବ ସମ୍ବିଧାନ ସଂଶୋଧନ । ୧୯୯୬, ୧୯୯୮, ୧୯୯୯ ଓ ୨୦୧୦ରେ ସଂସଦରେ ଆସିଥିଲା ମହିଳା ସଂରକ୍ଷଣ ବିଲ୍ । କିନ୍ତୁ ଆନ୍ତରିକତା ଅଭାବରୁ କେତେବେଳେ ଲୋକସଭା ତ କେତେବେଳେ ରାଜ୍ୟସଭାରେ ବିଲ୍ର ଭାଗ୍ୟ ନାଲିଫିତା ତଳେ ଚାପି ହୋଇ ରହିଗଲା।ହେଲେ ମହିଳାଙ୍କୁ ହକ୍ ଦେବା ପାଇଁ ନବୀନଙ୍କ ହୃଦୟ କିନ୍ତୁ ବୁଝୁନଥିଲା ।

କେନ୍ଦ୍ରାପଡାରେ ଏକ ମିଶନଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଘୋଷଣା କଲେ ମହିଳାଙ୍କୁ ୨୦୧୯ ନିର୍ବାଚନରେ ସଂସଦରେ ମହିଳାଙ୍କ ପ୍ରତିନିଧିତ୍ବ ପାଇଁ ବିଜେଡି ୩୩ ପ୍ରତିଶତ ପ୍ରାର୍ଥୀ ଦେବ। ଏହାପରେ ୨୦୧୮ରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ବିଧାନସଭାରେ ପାରିତ କରାଇଲେ ସଂକଳ୍ପ । ଖାଲି ସେତିକି ନୁହେଁ, ଜାତୀୟ ସ୍ତରରେ ସହମତି ପାଇଁ ୨୨ଟି ରାଜନୈତିକ ଦଳର ମୁଖ୍ୟଙ୍କ ସହଯୋଗ ଲୋଡିଥିଲେ। ଏତିକିରେ ଚୁପ ବସିଲେନି ନବୀନ । ଲଗାତର କେନ୍ଦ୍ର ଆଗରେ ଦାବି କରିବା ସହ ସଂସଦର ପ୍ରତି ଅଧିବେଶନରେ ବିଜେଡି ସାଂସଦମାନେ ଜୋରଦାର ଦାବି କରିଆସୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ଲଗାତାର ସଂଗ୍ରାମର ଫଳ ଏବେ ଦେଶର ମହିଳାଙ୍କ ପାଇଁ ଲେଖିବ ନୂଆ ଇତିହାସ । ନବୀନଙ୍କ ଏଭଳି କାମକୁ ପ୍ରଶଂସା କରିବା ପାଇଁ ବିରୋଧି ବି ପଛଘୁଞ୍ଚା ଦେଇନାହାନ୍ତି । ଯେଉଁଭଳି ପାଣ୍ଡବଙ୍କୁ ଜିତାଇବାକୁ ଶ୍ରୀକୃଷ୍ଣ ରଥର ସାରଥି ସାଜିଥିଲେ ଠିକ୍ ସେମିତି କଳିଯୁଗରେ ନବୀନ ମଧ୍ୟ ମହିଳାଙ୍କ ସଫଳତା ଓ ସଶକ୍ତିକରଣ ରଥରେ ସାରଥି ସାଜିଛନ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *