ଦାଦାବଟିରୁ ଗୁଳିକାଣ୍ଡ : ସାବିତ୍ରୀ ହୋଇ ରକ୍ଷାକଲେ ସ୍ୱାମୀଙ୍କୁ ହେଲେ ଟଳିପଡିଲେ ନିଜେ
1 min readନୂଆପଡା : ସାବିତ୍ରି କିପରି ସତ୍ୟବାନଙ୍କୁ ଜମ ନିକଟରୁ ଫେରାଇଆଣିଥିଲେ ତାହା ତ ଆମେ ସବୁ ଶୁଣିଥିବା । କିନ୍ତୁ ଆଜି ଜଣେ କଳିଯୁଗ ସାବିତ୍ରୀ ନିଜ ସ୍ୱାମୀଙ୍କୁ ଟାଣି ଆଣିଛି ମୃତ୍ୟୁ ମୁଖର । ଘଟଣାଟି ଏକ କାହାଣୀ ପରି ଲାଗୁଥିଲେ ମଧ୍ୟ ସତ୍ୟ । ଏଭଳି ଏକ ଘଟଣା ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଠୁଟିବର ଗ୍ରାମର ଘଟିଛି ।
ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଠୁଟିବର ଗାଁର ନୀଳାମ୍ବର ନାମକ ଜଣେ ଯୁବକ ସେହି ଗ୍ରାମର ସୁବାଷ ସାହୁଙ୍କ କବାଟ ବାଡେଇଥିଲେ । ସୁବାଷ କବାଟ ଖୋଲିବାରୁ ନୀଳାମ୍ବର ସୁନା ବନ୍ଧୁକ ଦେଖାଇ ଦାଦବଟି ଦେବାକୁ କହିଥିଲେ । ସୁବାଷ ଦାଦାବଟି ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସାଟି ବଢିବା କାରଣରୁ ନୀଳାମ୍ବର ସୁବାଷଙ୍କ ଉପରକୁ ବନ୍ଧୁକ ଦେଖାଇଥିଲେ । ନୀଳାମ୍ବର ବନ୍ଧୁକ ଚଳାଇବା ସମୟରେ ହିଁ ନିକଟରେ ଥିବା ସୁବାଷଙ୍କ ପତ୍ନୀ ତାଙ୍କୁ ପେଲି ନିଜେ ବନ୍ଧୁକ ସମ୍ମୁଖକୁ ପଳାଇ ଆସିଥିଲେ । ବନ୍ଧୁକର ଗୁଳି ସିଧାସଳଖ ସୁବାଷଙ୍କ ସ୍ତ୍ରୀ କୁମୁଦିନୀଙ୍କ ଦେହରେ ବାଜିଥିଲା ଏହାପରେ ସେଠାରେ ହିଁ ଟଳିପଡିଥିଲେ କୁମୁଦିନୀ । ସ୍ୱାମୀ ଓ ପରିବାର ଲୋକେ ମିଶି ତାଙ୍କୁ ସଙ୍ଗେ ସଙ୍ଗେ କୋମନା ହସ୍ପିଟାଲ ନେଇଯାଇଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନା ପାଇ କୋମନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରିବା ପରେ ନୀଳାମ୍ବରକୁ କେଉଁଠାରେବି ପାଇନଥିଲେ । ଏନେଇ ପୋଲିସ ନୀଳାମ୍ବରଙ୍କ ଘରକୁ ଯାଇ ପଚରା ଉଚରା ଚଲାଇଛି । ତେବେ ନୀଳାମ୍ବର ସେହି ଗ୍ରାମର ଗ୍ରାମରକ୍ଷୀଙ୍କ ପୁଅ ବୋଲି ଜଣାପଡିଛି । ଜଣେ ଗ୍ରାମରକ୍ଷୀଙ୍କ ପୁଅ ହୋଇ ସେ ବଟିଆଦାୟ ଭଳି ଅପରାଧ କାମ କିଭଳି କରୁଥିଲେ । ସେ ବନ୍ଧୁକ କେଉଁଠୁ ଆଣିଲେ ? ଲୋକମାନେ କାହିଁକି ଆଗରୁ ତାଙ୍କ ନାରେ ଅଭିଯୋଗ ଆଣୁନଥିଲେ ବୋଲି ପ୍ରଶ୍ନ ଉଠାଇଛି ପୋଲିସ ।