Pratidin TV

Odisha's Digital News Platform

ଡ୍ରେନ କଭର ଭିତରେ ଫସିଲା ମହିଳାଙ୍କ ଗୋଡ , ପ୍ରଶାସନ ଉପରେ ପ୍ରଶ୍ନ ଉଠାଇଲେ ଜନସାଧାରଣ ..

1 min read

ଭଞ୍ଜନଗର : ଗଞ୍ଜାମ ଭଞ୍ଜନଗର ସହରର ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡ ପରିସରରେ ଥିବା ଡ୍ରେନ କଭର ରେ ଜଣେ ମହିଳା ଦୀର୍ଘ ସମୟ ଧରି ଫସି ରହିଥିବା ଦେଖିବାକୁ ମିଳିଥିଲା । ମହିଳା ଜଣକ ବସଷ୍ଟାଣ୍ଡ କୁ କୌଣସି କାମରେ ଆସିଥିବା ବେଳେ ରାସ୍ତା ଉପରେ ଥିବା ଏକ ଡ୍ରେନ୍ କଭର ଭିତରେ ତାଙ୍କର ଗୋଡ ଖସି ଯାଇଥିଲା। ବହୁ ଚେଷ୍ଟା କରିବା ସତ୍ତ୍ବେ କଭର ଭିତରୁ ଗୋଡ଼କୁ ବାହାର କରି ପାରିନଥିଲେ ମହିଳା ଜଣଙ୍କ।

ସ୍ଥାନୀୟ ଲୋକେ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଶେଷରେ କଟର ମେସିନ ସାହାଯ୍ୟରେ ଲୁହାରଡକୁ କଟାଯିବା ପରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ବସଷ୍ଟାଣ୍ଡ ଭିତର ଦେଇ ଯାଇଥିବା ଡ୍ରେନ କୁ କଭର କରିବା ପାଇଁ ଲୁହାପ୍ଳେଟ୍ ପକାଯାଇଥିଲା। ଭାରୀଯାନ ଯାତାୟତ ହୋଇ ଅନେକ ପ୍ଳେଟ୍ ବର୍ତ୍ତମାନ ଦବିଯିବା ସହ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି। ପ୍ଳେଟ୍ ରେ ଲାଗି ରହିଥିବା ଲୁହାରଡ଼ ଗୁଡିକ ବଙ୍କା ହୋଇଯାଇ ଲୋକଙ୍କ ଗୋଡ ଗଳିଯିବାର ଭୟ ଦେଖା ଦେଇଛି। ପ୍ରତିଦିନ ଶତାଧିକ ଲୋକ ବସଷ୍ଟାଣ୍ଡ କୁ ଆସୁଥିବାରୁ ପ୍ରଶାସନ ପକ୍ଷରୁ ପ୍ଳେଟ୍ ଗୁଡିକୁ ମରାମତି କରିବା ପାଇଁ ଦାବି ହୋଇଛି।

Advertisement

Leave a Reply

Your email address will not be published. Required fields are marked *