Pratidin TV

Odisha's Digital News Platform

ହାରିଲା ଭାରତ : ମାତ୍ର ୫ ରନ୍ ପାଇଁ ବିଶ୍ୱକପ୍‌ରୁ ବାଦ୍ ପଡିଲା ଟିମ୍ ଇଣ୍ଡିଆ ..

1 min read

କେପଟାଉନ୍ : ନିରାଶ ହେଲା ଭାରତ । ସେମିଫାଇନାଲରୁ ବିଦା ହେଲା ଭାରତୀୟ ଦଳ । କେପଟାଉନରେ ଚାଲିଥିବା ବିଶ୍ୱକପ୍ ଲଢେଇର ପ୍ରଥମ ସେମିଫାଇନାଲରୁ ବିଦା ହୋଇଛି ଭାରତ । ଗତଥର ଭଳି ଏଥର ମଧ୍ୟ ଭାରତର ବିଶ୍ୱକପ୍ ଲକ୍ଷରେ ଅଷ୍ଟ୍ରେଲିଆ କଣ୍ଟା ସାଜିଲା । ଗୁରୁବାର ଖେଳାଯାଇଥିବା ମହିଳା ୨୦-୨୦ ବିଶ୍ୱକପ୍ ସେମିଫାଇନାଲରେ ଅଷ୍ଟ୍ରେଲିଆ ୫ ରନ୍‌ରେ ଭାରତକୁ ହରାଇ ସପ୍ତମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୧୭୩ ରନ୍‌ର ଲକ୍ଷକୁ ପିଛା କରି ଶେଷ ପର୍ଯ୍ୟନ୍ତ ଲଢେଇ କରିଥିବା ହରମନପ୍ରୀତ୍ କୌରଙ୍କ ଦଳ ୧୬୭/୮ ରେ ଅଟକି ଯାଇଥିଲା ।

ଅନ୍ୟପଟେ ଟସ୍ ଜିତି ପ୍ରଥମ ବ୍ୟାଟିଂ ନେଇଥିବା ଅଷ୍ଟ୍ରେଲିଆ ଭାରତର ଦୁର୍ବଳ କ୍ଷେତ୍ରରକ୍ଷଣରେ ଫାଇଦା ଉଠାଇ ୪ ୱିକେଟ୍ ବିନିମୟରେ ୧୭୨ ରନ୍ କରିଥିଲା । କିନ୍ତୁ ଭାରତ ନିଜର ଜିଜାନ୍ ଲାଗାଇ ମଧ୍ୟ ୧୬୭ରେ ଅଟକି ଯାଇଥିଲା । ଯାହାଫଳରେ ଅଷ୍ଟ୍ରେଲିଆ ଭାରତକୁ ମାତ୍ ଦେଇ ସିଦାସଳଖ ଫାଇନାଲରେ ପ୍ରବେଶ କରିଛି ।

Advertisement

Leave a Reply

Your email address will not be published. Required fields are marked *