Pratidin TV

Odisha's Digital News Platform

ଆଜି ମହିଳା ବିଶ୍ୱକପ୍ ଫାଇନାଲ ଲଢେଇ : ଅପରାଜୟ ଅଷ୍ଟ୍ରେଲିଆକୁ ଟକ୍କର ଦେବ ଘରୋଇ ଦକ୍ଷିଣ ଆଫ୍ରିକା

1 min read

କେପଟାଉନ୍ : ଆଜି ମହିଳା ଟି-୨୦ ବିଶ୍ୱକପ ଫାଇନାଲ । କିଏ ଏଥର ବିଶ୍ୱ ବିଜେତା ହେବ । ଗତଥର ବିଜେତା ଅଷ୍ଟ୍ରେଲିଆ ଟ୍ରଫି ବଜାୟ ରଖିପାରିବ ନା ଆୟୋଜକ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଲାଗି ଟ୍ରଫି ତୋଳି ଧରିବ ତାହା ଆଜି ଫାଇନାଲ ମୁକାବିଲା ପରେ ସ୍ଫଷ୍ଟ ହୋଇଯିବ । ତେଣୁ ଫାଇନାଲରେ ୫ ଥର ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ସାମ୍ନାରେ ଉଭା ହେବ ଦକ୍ଷିଣ ଆଫ୍ରିକା ।

ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଟକ୍କର ଦେବାକୁ ହେଲେ ଲୌରା ଉଲ୍ଭର୍ଟ, ତାମିନ ବ୍ରିଟ୍ସ, ଅଲରାଉଣ୍ଡର ମାରିଜାନେ କାପ୍‌ଙ୍କୁ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ ପ୍ରଦର୍ଶନକୁ ଦୋହରାଇବାକୁ ପଡ଼ିବ । ସେମାନଙ୍କୁ ଅଷ୍ଟ୍ରେଲିଆ ବୋଲରଙ୍କଠୁ ରନ୍ ବାହାର କରିବାକୁ ପଡ଼ିବ ।

Advertisement

ଯଦି ଦକ୍ଷିଣ ଆଫ୍ରିକା ଜିତେ ତାହାଲେ ଆୟୋଜକ ଭାବେ ବିଶ୍ୱ କପ୍ ହାସଲ କରିବାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରେ ତୃତୀୟ ଦଳ ହୋଇଯିବ । ନଚେତ୍ ଅଷ୍ଟ୍ରେଲିଆ ମହିଳା ଦଳ ବିଶ୍ୱ ବିଜେତା ବୋଲି ପୁଣି ଥରେ ପ୍ରମାଣିତ ହୋଇଯିବ । ଉଭୟ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଗ୍ରୁପ୍‌-୧ରେ ସ୍ଥାନ ପାଇଥିଲା ବେଳେ ଦୁହେଁ ମଧ୍ୟ ଫାଇନାଲ୍ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି ।

ତେବେ ଆଜି ଫାଇନାଲରେ ଅଷ୍ଟ୍ରେଲିଆ ଗ୍ରୁପ୍ ବିଜୟକୁ ଦୋହରାଇବା ଲକ୍ଷ୍ୟ ରଖିଥିଲା ବେଳେ ଘରୋଇ ଦକ୍ଷିଣ ଆଫ୍ରିକା ପରାଜୟରେ ମଧୁର ପ୍ରତିଶୋଧ ଲକ୍ଷ୍ୟରେ ନିଶ୍ଚିତ ରହିବ ।

Leave a Reply

Your email address will not be published. Required fields are marked *