Pratidin TV

Odisha's Digital News Platform

ଅନଲାଇନ ଗେମ ନେଲା ଶିକ୍ଷୟତ୍ରୀଙ୍କ ଜୀବନ , ଅଳ୍ପକେ ବର୍ତ୍ତିଲେ ଶିକ୍ଷକ ସ୍ୱାମୀ ..

1 min read

ଗଞ୍ଜାମ : ଅନଲାଇନ ଗେମ୍ ପାଇଁ ପତୀପତ୍ନୀ ଆତ୍ମହତ୍ୟା କରିଥିବା ଘଟଣା ସମସ୍ତଙ୍କୁ ଚକିତ ଆଶ୍ଚର୍ଯ୍ୟ କରିଦେଇଛି । କାରଣ ଏହି ଅନଲାଇନ ଗେମ୍ ଯେ ଆଗରୁ କେତେ ଜୀବନ ନେଇଛି ତାହା ଆମ ସଭିଙ୍କୁ ଜଣା । କିନ୍ତୁଏଠିକାର ଘଟଣା କିଛି ଅଲଗା । ଆତ୍ମହତ୍ୟା ଉଦ୍ୟାମ କରିଥିବା ସ୍ୱାମୀ ସ୍ତ୍ରୀ ଦୁହେଁ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଟନ୍ତି । ଏଥିରେ ପତ୍ନୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ , ଗୁରୁତର ଅବସ୍ଥାରେ ଚିକିତ୍ସଳୟରେ ଭର୍ତ୍ତି ହୋଇଛନ୍ତି ସ୍ୱାମୀ ।ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡ଼ି ଗାଁରେ। ତେବେ ଦୁଇ ଉଚ୍ଚ ଶିକ୍ଷିତ ମଣିଷ ଏଭଳି କରିବା ପଛରେ କଣ କାରଣ ରହିଥାଇ ପାରେ ଚାଲନ୍ତୁ ଜାଣିବା ।

ମୃତ ମହିଳା ଜଣଙ୍କ ହେଉଛନ୍ତି ଶୈଳେନ୍ଦ୍ରୀ ମହାନ୍ତି ଏବଂ ତାଙ୍କ ସ୍ୱାମୀଙ୍କ ନାଁ ଜୟସେନ ମହାନ୍ତି। ଜୟସେନ ସ୍ଥାନୀୟ କାଚଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକତା କରୁଥିଲେ। ଶୈଳେନ୍ଦ୍ରୀ ଜିଲ୍ଲା ବାହାରେ ନିଯୁକ୍ତି ପାଇଥିଲେ। ନିକଟରେ ବିବାହ ପରେ ବେସ୍ ହସଖୁସିରେ ଚାଲିଥିଲା ଦୁହିଁଙ୍କ ସଂସାର । କିନ୍ତୁ ଜୟସେନଙ୍କ ଅନଲାଇନ ଗେମ୍ ଖେଳ ଶେଷରେ ଉଜାଡି ଦେଇଥିଲା ଏହି ପରିବାରକୁ ।

Advertisement

ଅନଲାଇନ ଗେମ୍ ଖେଳି ଅନେକ ପାଇସା ଉଜାଡି ଦେଇଥିଲେ ସ୍ୱାମୀ ଜୟସେନା । ଏନେଇ ସ୍ତ୍ରୀ ଶୈଳେନ୍ଦ୍ରୀ ଯେତେବେଳେ ପ୍ରତିବାଦ କରିଥିଲେ ସେତେବେଳେ ଦୁହିଁଙ୍କ ଭିତରେ ଆରମ୍ଭ ହୋଇଥିଲା ଝଗଡା । ଅଉା ଏହି ଝଗଡା ଆଜି ଏଭଳି ଉଗ୍ର ରୂପ ନେଇଥିଲା । ଯେ ଉଭୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ଏକ ବନ୍ଦ ଘରେ ଉଭୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ସ୍ତ୍ରୀର ମୃତ୍ୟୁ ଘଟିଥିଲା। ସ୍ୱାମୀକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *