(ଭିଡିଓ )ଦୁବାଇରୁ ମୁମ୍ବାଇ ଫେରୁଥିଲେ ମହିଳା , ଏଭଳି ଜାଗାରେ ଲୁଚାଇଥିଲେ ସୁନା ଯେ କଷ୍ଟମ ବିଭାଗ ବି ହୋଇଗଲା କାବା ।
1 min readନୂଆଦିଲ୍ଲୀ ; ଦୁବାଇରୁ ମୁମ୍ବାଇ ଆସୁଥିବା ଜଣେ ମହିଳା ଯାତ୍ରୀଙ୍କ ହିଲ୍ ଖୋଲି ଯେତେବେଳେ ଏୟାରପୋର୍ଟରେ କଷ୍ଟମ୍ ବିଭାଗ ଚେକ୍ କରିଥିଲା ସେତେବେଳେ ସବୁ ଯାତ୍ରୀ ତାଯୁବ୍ ହୋଇଯାଇଥିଲେ । କାରଣ ଏଭଳି ଉପାୟ କେହି କେବେ ଭାବି ପାରିବ ନା ସାହାସ୍ କରିବ । ସ୍କୁଲରେ ପଢୁଥିବା ବେଳେ ଅଅପଣମାନେ ନିଶ୍ଚୟ ପରୀକ୍ଷାରେ କିଛି ପିଲାଙ୍କୁ କପି ନେଇଉଥିବାରୁ ଦେଖିଥିବେ ଆଉ ପରବର୍ତ୍ତୀ ସମୟରେ ସେମାନେ ଧରାମଧ୍ୟ ପଡନ୍ତି । କେହି କେହି ପିଲା ଫେଲ୍ ହେବା ଭୟରେ ନିଜ ଜୋତା ବା ହିଲ୍ ଭିତରେ କପି ପୂରାଇ ନେଇଥାନ୍ତି । କିନ୍ତୁ ସେମାନେସେଯତେ ଚାଲାଖ୍ ହେଲେ ମଧ୍ୟ ତାଙ୍କୁ ଶିକ୍ଷକ ଧରିନିଅନ୍ତି । ଠିକ୍ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇ ଏୟାରପୋର୍ଟରେ ।
ଏୟାରପୋର୍ଟରେ ଜଣେ ମହିଳାଙ୍କ ହିଲରୁ ଦୁଇଟି ୨୪ କ୍ୟାରେଟ୍ ସୁନା ଚେନ୍ ଜବତ୍ କରାଯାଇଛି । କଷ୍ଟମ୍ସ ବିଭାଗର ସୂଚନାନୁସାରେ, ମହିଳା ଜଣକ ବେଆଇନ ଭାବେ ହିଲରେ ଲୁଚି ରହିଥିବା ୨୪୦.୦୦ ଗ୍ରାମ (ଜାଲ) ଦୁଇଟି ସୁନା ଚେନ୍ ଆଣିଥିଲେ। ମହିଳା ଜଣକ SpiceJet ବିମାନ SG 14 ରେ ଯାତ୍ରା କରୁଥିଲେ । ନୂଆଦିଲ୍ଲୀ ଦୁବାଇରୁ ମୁମ୍ବାଇ ଆସୁଥିବା ଜଣେ ମହିଳା ଯାତ୍ରୀଙ୍କ ଉପରେ ସନ୍ଦେହ କରି କଷ୍ଟମ ବିଭାଗ ଖୋଜାଖୋଜି କରିଥିଲା । ସେହି ସମୟରେ ମହିଳାଙ୍କ ହିଲ୍ରୁ ଦୁଇଟି ୨୪ କ୍ୟାରେଟ୍ ସୁନା ଚେନ୍ ଜବତ୍ କରିଛି । ତେବେ ମହିଳା ଜଣଙ୍କ ଦୁବାଇରୁ ଆସିଥିବା ଜଣାପଡିଛି ।