Pratidin TV

Odisha's Digital News Platform

କମାଲ କଲେ ସ୍ମୃତି ଓ ଶେଫାଳି  : ଜିତିଲା ଭାରତ, ହାରିଲା ପାକିସ୍ତାନ..

1 min read

ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମ । ଭାରତ କଡ଼ା  ମହାମୁକାବିଲାରେ ପାକିସ୍ତାନକୁ ହରାଇଛି । ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କାହିଁକି ମହାଲଢ଼େଇର ମାନ୍ୟତା ଲାଭ କରିଛି ତାହା ମଧ୍ୟ ପୁଣି ପ୍ରମାଣିତ ହୋଇଛି। ଶ୍ରୀଲଙ୍କାର ଦାମ୍ବୁଲାରେ ଖେଳାଯାଉଥିବା ମହିଳା ଏସିଆ କପ ଗ୍ରୁପ-ଏର ଏକ ମ୍ୟାଚରେ ଭାରତୀୟ ମହିଳା ଦଳ ନିଜର ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କରିଦେଇଛି। ଭାରତ ଆଗରେ ୧୦୯ ରନର ଲକ୍ଷ୍ୟ ଥିବାବେଳେ ଦଳ ୧୪.୧ ତମ ଓଭରରେ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ୪୫ ରନ ଓ ଶେଫାଳି ବର୍ମା ୪୦ ରନ କରିଥିଲେ । ଡେଲାନ ହେମଲତା ୧୪ ରନ କରିଥିଲେ । ‘

ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳର ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା । ପାକିସ୍ତାନ ବ୍ୟାଟରମାନେ ଭାରତୀୟ ବୋଲରଙ୍କ ସାମନା କରିପାରିନଥିଲେ ଓ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲେ । ଦଳ ମାତ୍ର ୯ ରନରେ ନିଜର ପ୍ରଥମ ଓ୍ବିକେଟ ହରାଇଥିଲା । କିନ୍ତୁ ଦଳର ସ୍କୋର ୪୧ ଥିବା ସମୟରେ ୩ଟି ଓ୍ବିକେଟ ହରାଇସାରିଥିଲା ଓ ଦଳୀୟ ସ୍କୋର ୬୧ ଥିବାବେଳେ ୬ ଜଣ ବ୍ୟାଟର ପାଭିଲିୟନ ଫେରିଯାଇଥିଲେ । ୯୪ ରନ ସ୍କୋର ବେଳେ ଦଳର ୯ଟି ଓ୍ବିକେଟର ପତନ ହୋଇସରିଥିଲା ଓ ଦଳ ୧୦୮ରନରେ ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ସିଦ୍ରା ଆମିନ ୨୫ ରନ କରିଥିବାବେଳେ ଫାତିମା ସନା ଓ ତୁବା ହୁସେନ ୨୨ରନ ଲେଖାଏଁ କରିଥିଲେ । ଭାରତ ପକ୍ଷରୁ ଦିପାଳୀ ଶର୍ମା ୩ଟି ଓ୍ବିକେଟ ନେଇଥିବାଥିବାବେଳେ ରେଣୁକା ସିଂ ଓ ପୂଜା ବସ୍ତ୍ରାକର ଓ ଶ୍ରେୟଙ୍କା ପାଟିଲ୍ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *