Pratidin TV

Odisha's Digital News Platform

ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ନିର୍ଯାତନା , ତଦନ୍ତ ପାଇଁ ପହଞ୍ଚିଲେ ମହିଳା କମିଶନ , ନିଜ ଆଡୁ କଲେ ମାମ ରୁଜ୍ଜୁ …

1 min read

ମେଜର ଗୁରବିନ୍ଦର ସିଂ ଆଉ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଭରତପୁର ଥାନାରେ ଦିଆଯାଇଥିବା ନିର୍ଯାତନା ଘଟଣା ସାମ୍ନାକୁ ଆସିବା ପରେ ପୁରା ସିଷ୍ଟମ ଦୋହଲିଯାଇଛି । କାରଣ ଯଦି ଜଣେ ମହିଳା ବିପଦରେ ଥାନା ଅଧିକାରିଙ୍କୁ ସାହାର୍ଯ୍ୟ ମାଗିବାକୁ ଯାଇ ଏଭଳି ନିର୍ଯାତନାର ଶିକାର ହୁଏ ତେବେ ପୋଲିସ ଅଧିକାରୀ ମାନଙ୍କ ଉପରୁ ସାଧାରଣ ଲୋକଙ୍କ ବିଶ୍ୱାସ ଭରସା ଖୁବ ଶୀଘ୍ର ଉଠିଯିବ । ଅଙ୍କିତାଙ୍କୁ ଥାନାରେ ପିଟିବା ସହ ଯୌନ ନିର୍ଯାତନା ଘଟଣା ବର୍ତ୍ତମାନ ଭିନ୍ନ ମୋଡ ନେଇଛି । ଗୋଟେ ପଟେ ସିବିଆ ସମୃକ୍ତ ମାମଲାରେ ତଦନ୍ତ ଆରମ୍ଭ କରିଦେଇଥିବାବେଳେ ଅନ୍ୟପଟେ ଭରତପୁର ଥାନାରେ ନିଜେ ଟିମ ସହ ପହଞ୍ଚିଛନ୍ତି ମହିଳା କମିଶନ ଅଧକ୍ଷା ମିନତୀ ବେହେରା । ଆଜି ଅପରାହ୍ଣରେ ତାଙ୍କ ଟିମ୍ ଭରତପୁର ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ସହ ନିଜ ଆଡୁ ମମଲା ରୁଜ୍ଜୁ କରିଛି ମହିଳା କମିଶନ । କିଭଳି ଏକ ମଡେଲ ଥାନାରେ ଏଭଳି ଘଟଣା ଘଟିଲା ଆଉ ମଡେଲ ଥାନା ଭରତପୁରରୁ ସିସିଟିଭି କୁଆଡେ ଗାୟବ ହେଲା ସବୁ ଟିକି ନିଖ୍ କରି ତଦନ୍ତ କରିବ ମହିଳା କମିଶନ ।

ସେପଟେ ଡିଜିପି ୫ ପୋଲିସ ଆଧିକାରୀଙ୍କୁ ସସପେଣ୍ଡ କରିଥିବା ବେଳେ କ୍ରାଇମବ୍ରାଞ୍ଚ ୭ ଜଣ ରୋଡ ରୋମିଓଙ୍କୁ ବାନ୍ଧି ଛି । ଯେଉଁ ମାନେ ୧୪ ତାରିଖ ରାତିରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିଥିଲେ ।

Advertisement

କିନ୍ତୁ କିଛି ଆଇନଜୀବୀମାନଙ୍କ କହିବା ଅନୁଯାୟୀ ସିବିଆଇ ଏହି ମାମଲାର ଦିଗ ବଦଳାଇବାକୁ ଚାହୁଛି । କାରଣ ଏଥିରେ ଅଙ୍କିତାଙ୍କୁ ନିର୍ଯାତନା ଦେଇଥିବା ଲୋକ ଖୋଦ୍ ପୋଲିସବାବୁ ଆଉ ପୋଲିସ ମ୍ୟାଡାମ । ଯିଏ ରାତି ଅଧରେ ନିଜ ଡ୍ୟୁଟି ସମୟରେ ଅନ୍ୟ ପୋଷାକ ପିନ୍ଧି ମେଜର ଆଉ ତାଙ୍କ ବାନ୍ଧବୀଙ୍କୁ ନାଲି ଆଖି ଦେଖାଇ ଶେଷରେ ସୀମାପାର କରିଥିଲେ ।

Leave a Reply

Your email address will not be published. Required fields are marked *