Pratidin TV

Odisha's Digital News Platform

ଆଜି ଆନ୍ତର୍ଜାତୀୟ ମହିଳା ଦିବସ : ଚାଲନ୍ତୁ ଆଜି ନାରୀମାନଙ୍କ ପାଇଁ ଗୋଟିଏ ପାଦ ଆଗକୁ ବଢାଇବା,କେବଳ ସୋସିଆଲ ମିଡିଆରେ ନୁହେଁ ବରଂ ବାସ୍ତବ ..

1 min read

ଭୁବନେଶ୍ୱର : ମାର୍ଚ୍ଚ ୮ କୁ ଆର୍ନ୍ତଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ । ସେହି ଦିନକୁ ଏହି ଦିନ ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ୱୀକୃତି ଓ ସମ୍ବର୍ଦ୍ଧନା ଦିଆଯାଇଥାଏ। କିଛି କିଛି କାର୍ଯ୍ୟାଳୟ ଓ ଅନୁଷ୍ଠାନରେ ମହିଳା କର୍ମଚାରୀଙ୍କୁ ଉପହାର ପ୍ରଦାନ କରିବା ସହ ସାଜସଜ୍ଜା ବି ହୋଇଥାଏ । ଏହି ସେଲିବ୍ରେସନ କେବଳ ଭ।ରତ ନୁହେଁ ବରଂ ବିଶ୍ୱରେ ନାରୀ ମାନଙ୍କ ପ୍ରତି ସମ୍ମାନ ଜଣାଇ ପାଳନ କରାଯାଏ । କାହିଁକି ନା ଜୁଗଜୁଗାନ୍ତରୁ ନାରୀ ମାନଙ୍କ ବଳିଦାନ ସୋମନଙ୍କୁ ସମାଜରେ ସମ୍ମାନୀୟ ବନାଇଛି । ତା ବାଟରେ କଣ୍ଟା ତଥାପି ସେ ଆଗକୁ ବଢିବା ବନ୍ଧ କରେନା । ତା ହାତରେ ମର୍ଜ୍ୟାଦାର ସିକୁଳି ତଥାପି ସେ କର୍ତ୍ତବ୍ୟ ଭୁଲେନା । ସ୍ତ୍ରୀ,ମା ,ବୋହୁୂ,ଭଉଣୀ,ସାଙ୍ଗ ତାର କେତେଜେ ରୂପ ।

ସବୁ ରୂପରେ ସେ ଅନ୍ୟର ହିତକାମନା କରି ଆଗକୁ ବଢିଥାଏ । ସ୍ୱାର୍ଥ ନଥାଏ ଯେ କିଏ ତାକୁ ସାହାର୍ଯ୍ୟ କରୁ ବା ନକରୁ । ଆଜିର ନାରୀ ଘର ସହ ଅଫିସ ସବୁ ଏକା ସାଙ୍ଗରେ ସମ୍ଭାଳୁଥିବା ସମୟରେ ବି ତା ଉପରେ ପ୍ରଶ୍ନ ଉଠିଥାଏ । କଣ କରୁଛି ସେ ? ଯେତେବେଳେ ଅଫିସର କାମ କରି ତାକୁ ଟଙ୍କା ମିଳିଥାଏ । ସେହିଭଳି ଘରେ ସେ ଯେତେ ଖଟିଲେବି ତାର ଆପଣାର ମାନଙ୍କ ଠାରୁ କଣ ମିଳିଥାଏ ? ସେ ଟଙ୍କା ଚାହେଁନା ଚାହେଁତ ନିଜ ପରିବାର ଠାରୁ କିଛିଟା ସର୍ପୋଟ,ଭଲପାଇବା,ସହାନଭୂତି ଓ ସାହାର୍ଯ୍ୟ । କଣ ଆଜି ବି ନାରୀ ଆମ ସମାଜରେ ସେତିକି ସମ୍ମାନୀୟ ? କଣ ତା ପାଇଁ ଆଜି ଏଇ ଗୋଟିଏ ଦିନ ? ଭୁଲ । କାରଣ ନାରୀ ପାଇଁ ସବୁଦିନ ସମାନ । ନିଜର କର୍ତ୍ତବ୍ୟ ପଥରେ ସେ କେବେ ଅବହେଳା କରେନା । ପରିବାରଠୁ ଆରମ୍ଭ କରି ଦେଶ ଚଳାଇବା ପାଇଁ ମଧ୍ୟ ଗୋଟେ ନାରୀର ଭୂମିକା ବେସ୍ ଗୁରୁତ୍ୱପୂର୍ଣ୍ଣ ।

Advertisement

ସାଧାରଣ ଆମେ ଆମ ଘରର ଉଦାହରଣ ଦେବା , ଗୋଟେ ଦିନ ପାଇଁ ଯଦି ଆମ ମାଁ ଘରେ ଅସୁସ୍ଥ ହୁଅନ୍ତି ବା କେଉଁଠାକୁ ଚାଲିଯାଆନ୍ତି ତେବେ ଆମ ଦୁନିଆଟା ଅଚଳ ହେଲା ପରି ଲାଗେ । ଗୋଟିଏ ଦିନ ବି ସେ ଥକେନି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତା କର୍ତ୍ତବ୍ୟ କରିଚାଲେ , କେବେ କାହା ସ୍ତ୍ରୀ ,ମା , ବୋହୂ , ଭଉଣୀ, ଭାଉଜ ସବୁ ସର୍ମ୍ପକର ରଙ୍ଗରେ ସେ ମିଶିଯାଏ । କିନ୍ତୁ ଆଜିବି ସେ ଅବହେଳିତ ଅସମ୍ମାନିତ । ସମାଜ ବୁଝେନି ତାର ବଳିଦାନ । ସେ ଜଣେ ଶିକ୍ଷିତ ନାରୀ ହେଉ କି ଅଶିକ୍ଷିତ , ଯେତେ ବେଳେ କଥା ତା ପରିବାର ଉପରକୁ ଆସିଯାଏ , ସେ କେଉଁ ବନ୍ଧ ବାଡ ମାନେନା ସବୁ ସୀମା ପାର କରିଯାଏ । କଣ ମିଳେ ତାକୁ ଏସବୁ ପ୍ରତିବଦଳରେ । ଥରେ ପଚାରନ୍ତୁ ନିଜକୁ କଣ ମିଳିଛି ତାକୁ ପ୍ରତିବଦଳରେ ? ଚାଲନ୍ତୁ ଆଜିଠାରୁ ନିଜ ସହ ଏକ ପ୍ରତିଜ୍ଞା କରିବା । ସବୁ ନାରୀଙ୍କୁ ସମ୍ମାନ ଦେବା ।କେବଳ ସୋସିଆଲ ମିଡିଆରେ ଷ୍ଟାଟସ ଅପଲୋଡ୍ କରି ନୁହେଁ ବରଂ ବାସ୍ତବ ଦୁନିଆରେ ତାକୁ ସର୍ପୋଟ କରିବା ।

Leave a Reply

Your email address will not be published. Required fields are marked *