Pratidin TV

Odisha's Digital News Platform

ମହିଳା T-20 ବିଶ୍ୱକପ୍ ; ଭାରତ ନିରାଶ , ମାତ୍ର ୯ ରନ୍‌ରେ ଜିତ୍ ଛଡାଇନେଲା ଅଷ୍ଟ୍ରେଲିଆ …

1 min read

ମହିଳା T-20 ବିଶ୍ୱକପ୍ ରେ ଭାରତୀୟ ଫ୍ୟାନ୍ସ ମାନଙ୍କୁ ନିରାଶ ହେବାକୁ ପଡିଚି । ମଉଳିଯାଇଛି ଭାରତୀୟ ମହିଳା ଟିମର ସେମି ଫାଇନାଲ ଆଶା । କାହିଁକି ନା ଅଷ୍ଟ୍ରେଲିଆ ସହ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ରେ ମାତ୍ର ୯ ରନ୍‌ରେ ହାରିଯାଇଛି ହରମନପ୍ରୀତଙ୍କ ଦଳ ।

ସୁପର ସଣ୍ଡେରେ ଚାଲିଥିବା ହାଇଭୋଲଟେଜ୍ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୮ ୱିକେଟ ହରାଇ ୧୫୧ ରନ କରିଥିବା ଏହାର ଜବାବରେ ଭାରତ ପାଇଁ ଅଧିନାୟକ ହରମନପ୍ରୀତ ସିଂହ ଲଢ଼େଇ କରିଥିଲେ ହେଁ ଦଳକୁ ମ୍ୟାଚ ଜିତାଇ ପାରି ନଥିଲେ। ଶେଷ ଯାଏ ୪୭ ବଲରେ ୫୪ ରନ କରିଥିଲେ ହେଁ ଭାରତ ୯ ରନରେ ମ୍ୟାଚ୍ ହାରି ଯାଇଛି।

ଆରମ୍ଭରୁ ଭାରତର ଏଭଲି ପ୍ରଦର୍ଶନ ପ୍ରଶଂସକଙ୍କ ଫାଇନାଲ ଆଶାକୁ ମଉଳାଇଦେଇଛି । ଏବେ ଭାରତକୁ ସେମି ଫାଇନାଲ ଆଶା ପୂରଣ କରିବା ପାଇଁ ଆସନ୍ତାକାଲିର ପାକିସ୍ତାନ ବନାମ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଉପରେ ନିର୍ଭର କରିବାକୁ ପଡ଼ିବ। ଯଦି ପାକିସ୍ତାନ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦିଏ। ତା’ହେଲେ ରନ ରେଟ ଆଧାରରେ ଭାରତ ସେମି ଫାଇନାଲକୁ ଯିବାର ସମ୍ଭାବନା ସୃଷ୍ଟି ହେବ। ଅଷ୍ଟ୍ରେଲିଆ ଗ୍ରୁପ ପର‌୍ୟ୍ୟାୟରେ ଅପରାଜେୟ ରହି ସେମିରେ ପ୍ରବେଶ କରିଛି।

Leave a Reply

Your email address will not be published. Required fields are marked *