Pratidin TV

Odisha's Digital News Platform

ମହିଳା ଟି-୨୦ ବିଶ୍ବକପ୍ ; ଅଣ୍ଟା ଭିଡିଲେ ହରମନ ପ୍ରୀତ, ଟିମକୁ ଧରି ଓହ୍ଲାଇବେ ମୈଦାନକୁ ….

1 min read

ଆଜିଠୁ ମହିଳା ଟି-୨୦ ବିଶ୍ବକପର ନବମ ସଂସ୍କରଣ । ଅଣ୍ଟା ଭିଡିଲେ ମହିଳା କ୍ରିକେଟ୍ ଟିମ୍ । ସଂଧ୍ୟା ୭ଟା ୩୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେ ପ୍ରଥମ ମ୍ୟାଚ୍ । ଟୁର୍ଣ୍ଣାମେଣ୍ଟରେ ଏହା ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ହେବ। ହରମନପ୍ରୀତ କୌରଙ୍କ ନେତୃତ୍ଵାଧୀନ ଟିମ୍ ଇଣ୍ଡିଆ ବିଜୟ ସହ ଟି -୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିବାକୁ ଚାହୁଁଛି। ଦୁହିଁଙ୍କ ମଧ୍ୟରେ ଏହି ସଂଘର୍ଷ ଦୁବାଇର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ହେବ।

ଲାଇଭ୍ କେଉଁଠାରେ ଦେଖିବେ?:
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମହିଳା ଦଳ ମଧ୍ୟରେ ମ୍ୟାଚ୍ ଷ୍ଟାର ସ୍ପୋର୍ଟସ ମାଧ୍ୟମରେ ଟିଭିରେ ସିଧା ପ୍ରସାରଣ ହେବ। ହଟଷ୍ଠାରରେ ମ୍ୟାଚ୍ ର ଲାଇଭ୍ ଷ୍ଟ୍ରିମିଂ ହେବ।

Advertisement

ଟି -୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ: ହରମାନପ୍ରୀତ କୌର (ଅଧିନାୟକ), ସ୍ମୃତି ମାନ୍ଧନା, ଶେଫାଲି ବର୍ମା , ରିଚା ଘୋଷ (ୱିକେଟ୍ କିପର), ଦୀପ୍ତି ଶର୍ମା, ପୂଜା ବସ୍ତ୍ରାକର, ଶ୍ରେୟଙ୍କା ପାଟିଲ, ଅରୁନ୍ଧତୀ ରେଡ୍ଡୀ, ରାଧା ଯାଦବ, ରେଣୁକା ଠାକୁର ସିଂ, ଦୟାଲନ ହେମଲତା, ଏସ୍ ସଜନା, ୟସ୍ତିକା ଭାଟିଆ, ଆଶା ଶୋଭାନା।

Leave a Reply

Your email address will not be published. Required fields are marked *