Pratidin TV

Odisha's Digital News Platform

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥକାଠ : ପ୍ରଥମ ପର୍ଯ୍ୟାୟରେ ରଥଖଳା ଗଲା ୧୦୪ ଖଣ୍ଡ..

ନୟାଗଡ : ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ରୁ ପୁରୀ ରଥଖଳା ଗଲା ୧୦୪ ଖଣ୍ଡ କାଠ । ନୟାଗଡ ବନଖଣ୍ଡ ଅଧିନସ୍ଥ ଦଶପଲ୍ଲା ବନାଞ୍ଚଳରୁ ଶନିବାର ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀ ରଥଖଳାକୁ ପଠାଯାଇଛି। ଦଶପଲ୍ଲା ମହାବୀର ମନ୍ଦିର ଓ ପରେ ନୟାଗଡ ଜଗନ୍ନାଥ ମନ୍ଦିରରେ ବିଧି ମୁତାବକ ପୂଜାର୍ଚନା କରିବା ପରେ ମୋଟ ଏହି ୧୦୪ ଖଣ୍ଡ କାଠକୁ ପୁରୀ ପଠାଯାଇଛି।

ଦଶପଲ୍ଲା ବନ୍ୟାଞ୍ଚଳ ପୋଖରୀଗୋଛା ସେଣ୍ଟ୍ରାଲ ରିଜର୍ଭ ଫରେଷ୍ଟ ଚଡ଼େୟାପଲ୍ଲୀ ସଂରକ୍ଷିତ ଜଙ୍ଗଲରୁ ଏହି କାଠ ସଂଗ୍ରହ କରାଯାଇଛି। ରଥ ନିର୍ମାଣ ପାଇଁ ପଠାଯାଇଥିବା କାଠ ମଧ୍ୟରେ ରହିଛି ୧୨ ଫୁଟିଆ ଅସନ ୧୮ ଖଣ୍ଡ, ୨୦ ଫୁଟିଆ ଅସନ ୧୫ ଖଣ୍ଡ, ୧୨ ଫୁଟିଆ ଧଉରା ୪୪ ଖଣ୍ଡ, ୨୦ ଫୁଟିଆ ଧଉରା ୨୭ ଖଣ୍ଡ ବୋଲି ସୂଚନା ମିଳିଛି। ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ସହକାରୀ ବନ ସଂରକ୍ଷକ ହିମାଂଶୁ ମୁଦୁଲି ଓ ଶ୍ୱେତାଲିନୀ ସାହୁଙ୍କ ଉପସ୍ଥିତିରେ ପୂଜାର୍ଚନା କରାଯାଇ ରଥକାଠ ପଠାଯାଇଛି।ଜୁନ୍ ୨୦ରେ ରଥଯାତ୍ରା ହୋଇଥିବା ବେଳେ ୫ ମାସ ଭିତରେ ସମସ୍ତ କାର୍ଯ୍ୟ ସାରିବା ପାଇଁ ଚଳଚଞ୍ଚଳ ହୋଇପଡିଛି ।ଏହା ପ୍ରଥମ ପର୍ଯ୍ୟାୟ ରଥ କାଠ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ବାକି ରଥ କାଠ ଆସି ପହଞ୍ଚିବ ବୋଲି ଶ୍ରୀ ରଥ ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି ।

Leave a Reply

Your email address will not be published. Required fields are marked *