Pratidin TV

Odisha's Digital News Platform

ୱାକ୍ ଫର୍ମ ହୋମ୍ ନାଁରେ ଠକେଇ ; ହ୍ୱାର୍ଟଆପରେ ମେସେଜ୍ କରି ଲୁଟିନେଲେ ୮ଲକ୍ଷ ..

1 min read

କର୍ଣ୍ଣାଟକ : ଅନଲାଇନ୍ ଟଙ୍କା ରୋଜଗାର , ଘରେ ବସି ମୋବାଇଲ କିମ୍ବା ଲ୍ୟାପଟରେ ରୋଜଗାର କରନ୍ତୁ ଏତିକି । କଣ ଆପଣଙ୍କୁ ବି ଏଭଳି କଲ୍ କି ମେସେଜ୍ ଆସୁଛି କି ? ସାବଧାନ ନଚେତ୍ ବଡ ଠକାମିରେ ଫସିପାରନ୍ତି ଆପଣ ।
ଗୁରୁଗ୍ରାମରେ ରହୁଥିବା କର୍ଣ୍ଣାଟକର ଜଣେ ମହିଳା ଘରେ କାମ କରିବା /“Work from home” ର ବାହାନା କରି ୮ ଲକ୍ଷରୁ ଅଧିକ ଟଙ୍କା ହରାଇଥିବା ଅଭିଯୋଗ ହୋଇଛି।

ପୋଲିସର ସୂଚନାନୁସାରେ କର୍ଣ୍ଣାଟକର ଜଣେ ମହିଳା ଘରେ କାମ କରୁଥିବା ଦୁର୍ନୀତିର ଶିକାର ହୋଇ ୮ ଲକ୍ଷରୁ ଅଧିକ ଟଙ୍କା ହରାଇଛନ୍ତି। ଅଭିଯୋଗ ଅନୁଯାୟୀ, ଗୁରୁଗ୍ରାମର ସେକ୍ଟର ୪୩ ଅଞ୍ଚଳରେ ରହୁଥିବା ସରିତା ଏସ୍ ଙ୍କ ପାଖକୁ ଘରେ ବସି ଟଙ୍କା ରୋଜଗାର କରିବାର ସୁଯୋଗ ପ୍ରଦାନ କରୁଥିବା ଏକ ହ୍ୱାଟସ୍ ଆପ୍ ମ୍ୟାସେଜ୍ ଆସିଥିଲା । ସେ ଏକ ୟୁଟ୍ୟୁବ୍ ଚ୍ୟାନେଲ ସବସ୍କ୍ରିପସନ୍ କରିବା ଦ୍ୱାରା ୫୦ ଟଙ୍କା ରୋଜଗାର କରିପାରିବେ ବୋଲି ମ୍ୟାସେଜରେ ଦର୍ଶାଯାଇଥିଲା ।
ଏଡନେଟ ଗ୍ଲୋବାଲ ମାର୍କେଟିଂ କମ୍ପାନୀରେ HR/ ସହକାରୀ ପରିଚାଳକ (ୟୁସୁଫତ୍ ) ଭାବରେ ନିଜକୁ ହ୍ୱାଟସ୍ଆପରେର ପରିଚିତ କରାଇଥିଲା ଠକ । ସରିତା ସବକ୍ରିପସନ୍ କଲାପରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟଙ୍କୁ ସବସ୍କାଇବ୍ ଅନୁଯାୟୀ ଟଙ୍କା ଆସିବ ବୋଲି କହିଥିଲା ଠକ ।

ମେସେଜ୍ ଅନୁ୍ାୟୀ ସରିତା ଦୁଇଟି ଚ୍ୟାନେଲକୁ ସବସ୍କ୍ରାଇବ କରିଥିଲେ ଏବଂ ରିସେପ୍ସନିଷ୍ଟ ଲେଲାଙ୍କଠାରୁ ଏକ କଲ ପାଇଥିଲେ। ଏହା ପରେ ଲେଲା ସରିତାଙ୍କୁ ତାଙ୍କ ଟେଲିଗ୍ରାମ ଆଇଡି ସେୟାର କରିବାକୁ କହିଥିଲେ, ଏହା ପରେ ତାଙ୍କୁ ୧୮୦ ଜଣ ସଦସ୍ୟଙ୍କ ସହ ଏକ ଟେଲିଗ୍ରାମ ଗ୍ରୁପରେ ଯୋଡି ଦିଆଯାଇଥିଲା ଯେଉଁଥିରେ ସରିତାଙ୍କ ଭଳି ଅନେକ ଲୋକ ଏହି ଟାସ୍କ ଗ୍ରହଣ କରିଥିଲେ । କିନ୍ତୁ ସରିତା ନିଜ ଟାସ୍କ ସରାଇ ଲେଲାଙ୍କୁ ଟଙ୍କା ବିଷୟରେ ପଚାରିବାରୁ ଲେଲା କହିଥିଲେ ଯେ ଟାସ୍କଟି ସର୍ମ୍ପୂଣ୍ଣ ପୂର୍ଣ୍ଣ ହେବାପରେ ହିଁ ସରିତାଙ୍କୁ ଟଙ୍କା ମିଳିବ ।

କିନ୍ତୁ ଟାସ୍କଗୁଡିକ ସରିବା ପରେ ମଧ୍ୟ ସରିତା କାର୍ଯ୍ୟରୁ କୌଣସି ଟଙ୍କା ମିଳିନଥିଲା ବରଂ ଓଲଟା ତାଙ୍କ ଆକାଉଣ୍ଟରୁ ୮.୨୦ ଲକ୍ଷ ଟଙ୍କା ଗାୟବ ହୋଇଯାଇଥିଲା । ବୁଧବାର ଦିନ ମାନସର ପୋଲିସ ଷ୍ଟେସନର ସାଇବର କ୍ରାଇମ ବିଭାଗରେ ୪୧୯ (ଛଦ୍ମନାମ ଦ୍ୱାରା ପ୍ରତାରଣା) ଏବଂ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ୪୨୦ (ପ୍ରତାରଣା) ଅନୁଯାୟୀ ଅଜ୍ଞାତ ଅପରାଧୀଙ୍କ ବିରୋଧରେ ଏକ ଏଫଆଇଆର ଦାଖଲ କରିଛନ୍ତି ସରିତା ।

Leave a Reply

Your email address will not be published. Required fields are marked *