Pratidin TV

Odisha's Digital News Platform

ବିଶ୍ୱକପରେ ଧୂଳିସାତ ହେବ କି ପାକିସ୍ତାନର ସ୍ୱପ୍ନ ! କି ବଦଳିବ ଇତିହାସ ?

1 min read

ବିଶ୍ୱକପ ସେମି-ଫାଇନାଲର ତାରିଖ ଯେତିକି ପାଖେଇ ଆସୁଛି ସେତେ ରୋଚକ ହେବାରେ ଲାଗିଛି । ତେବେ ଗତକାଲି ଶ୍ରୀଲଙ୍କାକୁ ୫ ୱିକେଟରେ ହରାଇ ସାରିଛି ନ୍ୟୁଜିଲାଣ୍ଡ । ଶ୍ରୀଲଙ୍କା ଦ୍ୱାରା ରଖାଯାଇଥିବା ୧୭୨ ରନର ବିଜୟ ଲକ୍ଷ୍ୟକୁ ୨୩.୨ ଓଭରରେ ହାସଲ କରିନେଇଥିଲା କିୱି ଦଳ । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ୧୦ ପଏଣ୍ଟ ସହ ସେମି-ଫାଇନାଲ ଖେଳିବା ନେଇ ଆଶା ବାନ୍ଧିଛି । ଆଉ ନ୍ୟୁଜିଲାଣ୍ଡର ବିଜୟରେ ପାକିସ୍ତାନର ସେମିଫାଇନାଲର ସ୍ୱପ୍ନ ଏବେ ଏକ ପ୍ରକାର ଧୂଳିସାତ ହେବାରେ ଲାଗିଛି । ତେବେ ଏନେଇ ଚିନ୍ତାରେ ପାକିସ୍ତାନ କାରଣ ପାକିସ୍ତାନ ସେମି-ଫାଇନାଲ ଯିବାକୁ ହେଲେ ବଡ଼ ସ୍କୋର କରିବାକୁ ପଡ଼ିବ । ଯାହା ପାକିସ୍ତାନ ପକ୍ଷରେ କଥାପି ସମ୍ଭବ ନୁହେଁ !

୧୧ ନଭେମ୍ବର ଖେଳ ହେବାକୁ ଥିବା ପାକିସ୍ତାନ-ଇଂଲଣ୍‌ତ ମ୍ୟାଚ୍ ଯଦି ପାକିସ୍ତାନ ଟସ୍ ହାରି ଯାଏ ତେବେ ସେମି ଖେଳିବା ସ୍ୱପ୍ନ ଧୂଳିସାତ୍ ହୋଇଯିବ । ସେମିଫାଇନାଲ୍ ଖେଳିବାକୁ ହେଲେ ପାକିସ୍ତାନ ଅସମ୍ଭବକୁ ସମ୍ଭବ କରିବାକୁ ପଡ଼ିବ । ଇଡେନ୍ ଗାର୍ଡେନ୍‌ରେ ଶେଷ ଲିଗ୍ ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିବ ପାକିସ୍ତାନ ।

ଏହି ମ୍ୟାଚରେ ଯଦି ପ୍ରଥମେ ପାକିସ୍ତାନ ବ୍ୟାଟିଂ କରେ ତାହାହେଲେ ଇଂଲଣ୍ଡକୁ ୨୮୭ ରନ୍‌ରେ ହରାଇବାକୁ ପଡ଼ିବ । ହୁଏତ ଏଇ ଟାର୍ଗେଟ୍ କିଛି ମାତ୍ରାରେ ସମ୍ଭବ ହୋଇପାରେ । ଯଦି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରେ ତାହାହେଲେ ପାକିସ୍ତାନୀ ବୋଲର ଇଂଲଣ୍ଡ ବ୍ୟାଟରଙ୍କ ୧୬ଟି ବଲ୍ ଭିତରେ ଅର୍ଥାତ ୨୮୪ ବଲ୍ ବାକି ଥାଇ ଅଲଆଉଟ୍ କରିବାକୁ ପଡ଼ିବ । ତାହାହେଲେ ନେଟ୍ ରନ୍ ରେଟ୍‌ରେ ନ୍ୟୁଜିଲାଣ୍ଡକୁ ଟପି ବାବର ଟିମ ସେମିଫାଇନାଲ୍‌ରେ ପ୍ରବେଶ କରି ପାରିବ । ଯାହାକି ଏକପ୍ରକାର ଅସମ୍ଭବ ।

ଏବେ ୧୦ଟି ମ୍ୟାଚ୍‌ରୁ ନ୍ୟୁଜିଲାଣ୍ଡ ୧୦ ପଏଂଟ ହାସଲ କରିବା ସହ ନେଟ୍ ରନ୍ ରେଟ୍ ୦.୭୪୩ ରହିଛି । ସେହିପରି ପାକିସ୍ତାନ ୮ ଟି ମ୍ୟାଚ୍‌ରେ ୦.୦୩୬ ରହିଛି । ଗତକାଲିର ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଶ୍ରୀଲଙ୍କା ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ୱିକେଟ ହରାଇଚାଲିଥିଲା । ଫଳରେ କିୱି ଏହି ବାଜି ମାରି ନେଇଥିଲେ ।

ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ବିପକ୍ଷରେ ଯେଉଁଭଳି ବିଜୟ ହାସଲ କଲା ତାହା ପାକିସ୍ତାନ ପାଇଁ କାଳ ସାଜିଗଲା ।ତେବେ ଏବେ ଯେଉଁ ଚାନ୍ସ ପାକିସ୍ତାନ ହାତରେ ଅଛି ତାକୁ ପୂରା କରିବାକୁ ପାକିସ୍ତାନ ଜି ଜାନ ଲଗାଇ ଦେବ । ସେମିଫାଇନାଲ ଯବିାକୁ ହେଲେ ପାକିସ୍ତାନକୁ ଇତିହାସ ବଦଳାଇବାକୁ ପଡିବ । ତେବେ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଏହି ମୁକାବିଲା ନଭେମ୍ବର ୧୧ରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ ।

Leave a Reply

Your email address will not be published. Required fields are marked *