Pratidin TV

Odisha's Digital News Platform

୭ବର୍ଷ ପୂର୍ବେ ଯେତେବେଳେ ଧର୍ମଶାଳାରେ ମୁହାଁମୁହିଁ ହୋଇଥିଲେ ଭାରତ-ନ୍ୟୁଜିଲାଣ୍ଡ, ସେତେବେଳେ କଣ ହୋଇଥିଲା ଜାଣନ୍ତୁ..

1 min read

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଦିନ ୨ଟାରେ ବେଳେ ଆରମ୍ଭ ହେବ ଭାରତ- ନ୍ୟୁଜିଲାଣ୍ଡ ଭିତରେ ମ୍ୟାଚ । ଦୀର୍ଘ ୭ ବର୍ଷ ପରେ ଏହି ଦୁଇ ଦଳ ପୁଣି ଥରେ ଧର୍ମଶାଳାରେ ଭେଟିବେ । ଏହା ଦିନିକିଆ ବିଶ୍ୱକପ୨୦୨୩ର ୨୧ତମ ମ୍ୟାଚ ଅଟେ । ତେବେ ଆଜି ଭାରତ ପ୍ରତିଶୋଧ ନେବା ପାଇଁ ମୈଦାନକୁ ଓହ୍ଲାଇବ । କାରଣ ଦୀର୍ଘ ୪ ବର୍ଷ ତଳେ ନ୍ୟୁଜିଲାଣ୍ଡ ଭାରତକୁ ଗଭୀର ଆଘାତ ଦେଇଥିଲା । ତେବେ କଣ ସେହି ଆଘାତ ଆପଣ ଜାଣିଛନ୍ତି କି ।ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା । ଆଜ୍ଞା ହଁ ଆଜି ପ୍ରାୟ ୪ବର୍ଷ ତଳେ ଭାରତକୁ ଲଜ୍ଜ୍ୟାଜନକ ପରିସ୍ଥିତିରେ ପକାଇଥିଲା ଟିମ ନ୍ୟୁଜିଲାଣ୍ଡ । ୨୦୧୯ରେ ଖେଳାଯାଇଥିବା ବିଶ୍ୱକପରେ ସେମିଫାଇନାଲରେ ଭାରତକୁ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ । ଯାହାଫଳରେ ବିଶ୍ୱକପ ଟ୍ରଫିକୁ ହରାଇ ବସିଥିଲା । ତେବେ ଆଜି କିନ୍ତୁ ଭାରତୀୟ ଦଳ ପୁରା ପ୍ରସ୍ତୁତ ରହିଛନ୍ତି । ଆଉ ୨୦୧୯ରେ ଯେଉଁ ଘା ଦେଇଥିଲା ନ୍ୟୁଜିଲାଣ୍ଡ ତା ଥିରେ ଆଜି ମଲମ ମାରିବ ଭାରତ । ଆଉ ପୁଣିଥରେ ନିଜକୁ ପ୍ରମାଣ କରି ଦେଖାଇବ । ହିମାଚଳର ଧର୍ମଶାଳାରେ ଥିବା ସୁନ୍ଦର ଷ୍ଟାଡିୟମରେ ଟମି ଇଣ୍ଡିଆର ପ୍ରଦର୍ଶନ ମିଶାମିଶି ରହିଛି । ଏଠି ଭାରତ ୪ଟି ମ୍ୟାଚ ଖେଳିଥିବା ବେଳେ ୨ଟିରେ ଜିତି ୨ଟିରେ ହାରିଛି । ଦିନିକିଆ ବିଶ୍ୱକପରେ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଭାରତ ଉପରେ ନିଜର ଦବଦବା ଜାରି ରଖିଛି ।


୭ବର୍ଷ ତଳେ କ’ଣ ଘଟିଥିଲା ?
ତେବେ ୭ ବର୍ଷ ତଳେ ଧର୍ମଶାଳାରେ ନ୍ୟୁଜିଲାଣ୍ଡ –ଭାରତ ଆମନାସାମ୍ନା ହୋଇଥିଲେ । ୨୦୧୬ ରେ ଖେଳାଯାଇଥିବା ସେହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ଅକ୍ଟୋବରରେ ଏହି ମ୍ୟାଚ୍ ଖେଳାଯାଇଥିଲା । ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ୬ୱିକେଟ୍ ଜିତିଥିଲା ଯାହା ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ ଆୟୋଜକ ଦଳର ମନୋବଳ ବଢାଇଥିଲା । ଆହତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚରେ ୩୧ ରନ୍ ଦେଇ ତିନୋଟି ୱିକେଟ୍ ନେଇଥିଲେ । କିନ୍ତୁ ଚଳିତ ମ୍ୟାଚରେ ସେ ଖେଳିବେନି । କାରଣ ବାଂଲାଦେଶ ବିପକ୍ଷ ଶେଷ ମ୍ୟାଚ୍‌ରେ ତାଙ୍କ ଗୋଡରେ ଆଘାତ ଲାଗିଥିବାରୁ ଦଳ ସହ ସେ ଧର୍ମଶାଳାକୁ ଆସି ନ ଥିବା ଜଣା ପହଇଛି । ବର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *