Pratidin TV

Odisha's Digital News Platform

ଭାରତର ଐତିହାସିକ ବିଜୟ , ୮୩ ରନ୍‌ରେ ଆଣ୍ଠେଇଲା ଦକ୍ଷିଣ ଆଫ୍ରିକା ..

କୋଲକାତା ; ଇତିହାସ ରଚିଲା ଭାରତ । ବିଶ୍ୱକପ୍ ଦିନିକିଆ କ୍ରିକେଟରେ କ୍ରମାଗତ ଭାବେ ଅଷ୍ଟମ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ । ଘରୋଇ ମାଟିରେ ଦେଖାଇଲା ଯାଦୁ , ମାତ୍ର ୮୩ ରନ୍‌ରେ ଆଣ୍ଠେଇଲା ସାଉଥ୍ ଆଫ୍ରିକା । ରବିବାର କୋଲକାତା ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ୩୨୬ ରନରେ ବିଶାଳ ସ୍କୋର୍ ଠିଆ କରିଥିଲା । କ୍ୟାପଟେନ ରୋହିତ ଶର୍ମା ଏବଂ ଶୁବମନ ଗିଲ୍ ଧୂଆଁଧାର ବ୍ୟାଟିଂ କରି ଚଉକା ଛକ୍କାର ବର୍ଷା କରିଥିଲେ । ୧୦ ଓଭରରେ ଟିମ ଇଣ୍ଡିଆର ସ୍କୋର ୯୦ ରନ ପାର କରିସାରିଥିଲା । ରୋହିତ ଶର୍ମା ୪୦ ରନ ଓ ଶୁଭମନ ଗିଲ୍ ୨୩ ରନ କରି ଆଉଟ ହୋଇଥିଲେ । ଏହା ପରେ ବିରାଟ କୋହଲି ଓ ଶ୍ରେୟସ ଆୟର ଶତକୀୟ ପାର୍ଟନରସିପ୍ କରି ଭାରତକୁ ବଡ ସ୍କୋର ଆଡକୁ ନେବାରେ ସହାୟକ ହୋଇଥିଲେ । ଶ୍ରେୟସ ଆୟର ୭୭ ରନରେ ଆଉଟ ହେବା ପରେ କେଏଲ ରାହୁଲ ମାତ୍ର ୮ ରନରେ ଆଉଟ ହୋଇଥିଲେ । ତେବେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ସହ ଉପଯୋଗୀ ପାର୍ଟନରସିପ କରି ଦଳୀୟ ସ୍କୋରକୁ ୫୦ ଓଭରରେ ୩୨୬ ରନରେ ପହଞ୍ଚାଇଥିଲେ ।

ଆହୁରୀ ପଢନ୍ତୁ –ଜନ୍ମ ଦିନରେ ସେଂଚୁରୀ ମାରି ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ୍ କୋହଲି…

ଅନ୍ୟପଟେ ୩୨୭ ରନ୍‌ର ପିଛା କରି ବ୍ୟାଟିଂ ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା । ହେଲେ ମାତ୍ର ୮୩ ରନ୍‌ରେ ହିଁ ଆଣ୍ଟେଇଥିଲା ଦକ୍ଷିଣ ଆଫ୍ରିକା । ଯାହାଫଳରେ ୨୪୩ ରନ୍‌ରେ ମ୍ୟାଚ୍ ଜିତିନେଇଛି ଟିମ୍ ଇଣ୍ଡିଆ । ରବୀନ୍ଦ୍ର ଜାଡେଜାଙ୍କ ସ୍ପିନ୍ର ଯାଦୁ ଆଗରେ ଦକ୍ଷିଣ ଆଫ୍ରିକାର ବ୍ୟାଟର୍ ତିଷ୍ଟି ପାରିନଥିଲେ । ସେହିପରି ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ମହମ୍ମଦ ସାମି ଓ କୁଳଦୀପ ଯାଦବ ମଧ୍ୟ ଦମଦାର ବୋଲିଂ କରିଥିଲେ । ସାମି ଓ କୁଳଦୀପଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଥିବା ବେଳେ ସିରାଜ, ଓପନର ଡି କକଙ୍କୁ ପ୍ୟାଭିଲିୟନକୁ ପଠାଇ ଦେଇଥିଲେ ।

Leave a Reply

Your email address will not be published. Required fields are marked *