Pratidin TV

Odisha's Digital News Platform

୨୦୨୩ ବିଶ୍ୱକପ ଭାରତର ପରାଜୟ ଦୁଃଖକୁ ଭୁଲି ପାରୁନାହାନ୍ତି ରୋହିତ ଶର୍ମା…

1 min read

୨୦୨୩ ବିଶ୍ୱକପ ଭାରତର ପରାଜୟ ଦୁଃଖକୁ ଭୁଲି ପାରୁନାହାନ୍ତି ଦଳର ଅଧିନାୟକ ରୋହିତ ଶର୍ମା ରୋହିତ୍ । ବର୍ତ୍ତମାନ ପ୍ରାୟ ୨୨-୨୩ ଦିନ ପରେ ପ୍ରଥମ ଥର ପାଇଁ କ୍ୟାମେରା ଆଗରେ ଭାରତୀୟ ଅଧିନାୟକଙ୍କୁ ଦେଖିବାକୁ ମିଳିଛି । ବିଶ୍ୱକପରେ ପରାଜୟ ପରେ ତାଙ୍କର ପ୍ରଥମ ସାକ୍ଷାତକାର ଭିଡିଓ ଦେଳିବାକୁ ମିଳିଛି । ଏହି ସାକ୍ଷାତକାର ସମୟରେ ମଧ୍ୟ ରୋହିତ ଗମ୍ଭୀରତାର ସହ ବସିଥିଲେ । ଏହା ସ୍ପଷ୍ଟ ଥିଲା ଯେ, ବୋଧହୁଏ, ସେ ତଥାପି ସେହି ଦୁଃଖକୁ ଲୁଚାଇବାକୁ ସକ୍ଷମ ନୁହଁନ୍ତି ।

ବର୍ତ୍ତାଳାପ ସମୟରେ ରୋହିତ ଶର୍ମା କହିଛନ୍ତି, ଯେ ବିଶ୍ୱକପରେ ଭାରତୀୟ ଟିମର ପରାଜୟ ଦୁଃଖରେ ମୁଁ ଏଥିରୁ କିପରି ମୁକ୍ତି ପାଇବି ଜାଣି ନଥିଲି । ପ୍ରଥମ ଦିନରେ ମୋ ପରିବାର, ମୋର ବନ୍ଧୁମାନେ ଜିନିଷଗୁଡ଼ିକୁ ସହଜ କରିଥିଲେ ଏବଂ ମୋତେ ସମର୍ଥନ କରିଥିଲେ । କିନ୍ତୁ ଆଗକୁ ବଢିବା ସହଜ ନଥିଲା । କାରଣ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯେତେବେଳେ ତୁମେ ସବୁକିଛି ଭଲ କରିଛ, ତୁମେ ଯାହା କରିବା କଥା ତାହା କରିଛ । ଯଦି କେହି ମୋତେ ପଚାରନ୍ତି ତୁମେ କେଉଁ ଭୁଲ୍ କରିଛ, ମୋର ଉତ୍ତର କିଛି ରହିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, ଯେ ଫାଇନାଲ୍ ପରେ ଏଥିରୁ କିପରି ବାହାରକୁ ଆସିବା ମୋ ପାଇଁ ସହଜ ନଥିଲା । ମୁଁ ବହୁତ ଦୂର ଯିବାକୁ ସ୍ଥିର କଲି ଯେଉଁଠାରେ ମୁଁ ଏଥିରୁ ବାହାରି ପାରିବି । କିନ୍ତୁ ମୁଁ ଯେଉଁଆଡ଼େ ଯାଉଥିଲି, ସେହି ସ୍ମୃତିଗୁଡ଼ିକ ମୋ ସହିତ ଥିଲା । ହେଲେ ସମସ୍ତଙ୍କୁ ଧନ୍ୟବାଦ ଯେ ଆମେ ଏତେ ସମର୍ଥନ ପାଇଲୁ । ଦେଢ ମାସ ଧରି ଲୋକମାନେ ଆମକୁ ସମର୍ଥନ କଲେ, ଷ୍ଟାଡିୟମକୁ ଆସି ଆମକୁ ସମର୍ଥନ କଲେ । କିନ୍ତୁ ସବୁଠାରୁ ଭଲ କଥା ହେଲା ଯେତେବେଳେ ମୁଁ ଲୋକମାନଙ୍କୁ ଭେଟିଲି ସେମାନେ ଆମକୁ ବୁଝିଥିଲେ । ତାଙ୍କ ଭିତରେ କୈାଣସି କ୍ରୋଧ ନଥିଲା । ଯାହା ମୋତେ ଶକ୍ତି ପ୍ରଦାନ କଲା ଏବଂ ମୁଁ ଆଗକୁ ବଢିବାକୁ ସକ୍ଷମ ଅଟେ ।

Leave a Reply

Your email address will not be published. Required fields are marked *