World Cup 2023 ; ଆଜି ପୁନେରେ ଭାରତ-ବାଂଲାଦେଶ ମୁହାଁମୁହିଁ , ହେବ କଡା ଟକ୍କର ….
1 min readପୁନେ ; ଆଜି ମହରାଷ୍ଟ୍ର ପୁନେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ । ଅପରାହ୍ଣ ୨ଟାରେ ଆଜି ହାଇଭୋଲଟେଜ୍ ଟକ୍କର । ତେବେ ଘରୋଇ ମାଟିରେ ବଳ ଦେଖାଇଛି ଟିମ୍ ଇଣ୍ଡିଆ । ବିଶ୍ୱକପ୍ ୨୦୨୩ରେ ଜବରଦସ୍ତ ଫର୍ମରେ ଅଛି ଟିମ୍ ଇଣ୍ଡିଆ । ଚଳିତ ବିଶ୍ୱକପରେ ଭାରତ ୩ଟି ମ୍ୟାଚ ଖେଳି ଅପରାଜୟେ ରହିଛି । ୬ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ଅଛି । ଭାରତୀୟ ବ୍ୟାଟର୍ସଙ୍କ ସହ ବୋଲରମାନେ ମଧ୍ୟ ଦମଦାର ପ୍ରଦର୍ସନ କରୁଛନ୍ତି । ଗୋଟେପଟେ କ୍ୟାପଟେନ୍ ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ. ରାହୁଲ, ଶ୍ରେୟାସ୍ ଆୟାର ନିଜ ବ୍ୟାଟିଇରେ ବିପକ୍ଷ ଦଳର ଝାଳ ବୁହାଇଦେଉଥିବା ବେଳେ , ଯଶପ୍ରିତ ବୁମରା, ମହମ୍ମଦ ସିରାଜ, କୁଳଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ପ୍ରତିପକ୍ଷଙ୍କୁ ଘାଇଲା କରୁଛନ୍ତି । ତେଣୁ ଆଜି ବି ଟିମ୍ ଇଣ୍ଡିଆ ଏହି ଫର୍ମ ଜାରି ରଖିବ ବୋଲି ଆଶା କରାଯାଉଛି ।
ଅନ୍ୟପଟେ ବାଲାଂଦେଶ ମଧ୍ୟ ଆଜି ଭାରତକୁ ଘରୋଇ ମାଟିରେ ହରାଇବାକୁ ଚେଷ୍ଟା କରିବା । ଗତ ମାସ ଏସିଆ କପରେ ବାଂଲାଦେଶ ଭାରତକୁ ହରାଇଥିଲା । ତେଣୁ ଆଜି ମ୍ୟାଚରେ ଏହାକୁ ପୁନରାବୃତ୍ତି କରିବାକୁ ଦମ୍ ଲଗାଇବ୍ ବାଲାଂଦେଶ । ତେବେ ଟିମ୍ ବାଲାଂଦେଶ ନିଜର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ହରାଇଥିଲେ ହେଁ ପରବର୍ତ୍ତୀ ଦୁଇ ମ୍ୟାଚରେ ପରାଜୟର ମୁହଁ ଦେଖିଛି । କ୍ୟାପଟେନ ସାକିବ ଉଲ ହାସନ ଗତ ସପ୍ତାହରେ ଆହତ ହୋଇଥିଲେ ହେଁ ଆଜି ସେ ଖେଳିବା ସମ୍ଭାବନା ଅଧିକ ବୋଲି ଜଣାପଡିଛି ।
ଟିମ୍ ଇଣ୍ଡିଆ – ରୋହିତ ଶର୍ମା (ଅଧିନାୟକ),ଶୁବମନ୍ ଗିଲ୍ ,ବିରାଟ କୋହଲି,ଶ୍ରେୟସ ଆୟର,କେଏଲ ରାହୁଲ,ହାର୍ଦ୍ଦିକ ପାଣ୍ଡ୍ୟା,ରବିନ୍ଦ୍ର ଜାଡେଜା,ସର୍ଦୁଲ ଟାକୁର,ଯଶପ୍ରୀତ ବୁମରା,କୁଲଦୀପ ଯାଦବ,ମହମ୍ମଦ ସିରାଜ ।
ଟିମ୍ ବାଂଲାଦେଶ- ସାକିବ ଅଲ ହାସନ(ଅଧିନାୟକ),ତନଜିଦ ହାସାନ,ଲିଟନ ଦାସ,ନଜମୁଲ ହୋସେନ ଶାନ୍ତୋ,ତୋହିଦ ହୃଦୟ,ମୁସଫିକର ରହିମ,ମେହଦି ହାସାନ ମିରାଜ ,ମହମୁଦୁଲ୍ଲା , ଟସ୍କିନ ଅହମ୍ମଦ ,ସରିଫୁଲ ଇସଲାମ . ମୁସ୍ତାଫିଜୁର ରେହମାନ ।