Pratidin TV

Odisha's Digital News Platform

ମାର୍ଚ୍ଚ-୧ ବିଶ୍ୱ ଦହିବରା ଆଳୁଦମ୍ ଦିବସ : କଟକିଆଙ୍କ ପ୍ରାଣ, ଓଡିଆବାସୀଙ୍କ ପ୍ରଥମ ପସନ୍ଦ କଟକ ଦହିବରା ଆଳୁଦମ୍ ..

1 min read


ଭୁବନେଶ୍ୱର
: ମାର୍ଚ୍ଚ ୧ ବିଶ୍ୱ ଦହିବରା ଆଳୁଦମ୍ ଦିବସ । ଓଡିଆ ଖାଦ୍ୟର ପରିଚୟ , କଟକିଆଙ୍କ ପ୍ରଥମ ପ୍ରେମ ଦହିବରା ଆଳୁଦମ୍ । କଟକ ସହରରେ ଚାହିଦା ଆଜି ସିଲିଭର ସିଟି ଠାରୁ ଅନେକ ମାତ୍ରାରେ ଦହିବରା ପାଇଁ ପ୍ରସିଦ୍ଧ ଲାଭ କରିଛି । ଯିଏ ଥରେ କଟକ ଦହିବରା ଆଳୁଦମ୍ର ମଜା ପାଇଛି ସେ ତା ସାରା ଜୀବନ କଟକ ଦହିବରାକୁ ଝୁରି ହୁଏ ।

ସକାଳ ଉଠାରୁ କଟକିଆଙ୍କ ପ୍ରଥମ ଖାଦ୍ୟ ବା ସକାଳ ଖାଦ୍ୟ , ହଷ୍ଟେଲର ମାନଙ୍କର ପ୍ରଥମ ପ୍ରେମ ଯାହା ପାଇଁ ରାସ୍ତା କଡରେ ହେଉ କି ଠେଲା ପାଖରେ ହେଉ ଲୋକମାନଙ୍କ ଖଚାଖଚ ଭିଡ ସକାଳୁ ସକାଳୁ ଦେଖିବାକୁ ମିଳେ । ମନ କୌଣସି ସମସ୍ୟାରେ ବୁଡି ଥାଉ , କି କ୍ୟାରିୟର ଟେନସନ୍ , ଜବ୍ ଟେନସନ୍ , ଫ୍ୟାମିଲି ଟେନସନ୍ କି ବ୍ରେକ୍ଅପ୍ ଟେନସନ୍ ହେଉ । ସାମ୍ନାରେ ଦହିବରାକୁ ଦେଖିପରେ କିଛି ମୁହୁର୍ତ୍ତପାଇଁ ସବୁ ଦୁଃଖ କଷ୍ଟକୁ ଭୁଲିଯାଆନ୍ତି ଦହିବରା ପ୍ରେମୀ । ସେ ଖରା ହେଉ କି ବର୍ଷା ହେଉ କି ଶୀତ ପ୍ରତି ଋତୁରେ ଦହିବରାର ଚାହିଦା ସମାନ ଥାଏ । ଆଜି ରାଜ୍ୟ ବ୍ୟାପି ଦେଶରେ ମଧ୍ୟ ଅନେକ ଜାଗାରେ ଓଡିଆ ମାନେ ଦହିବରା ଖାଇ ଏହି ଦିବସଟିକୁ ପାଳନ କରିଛନ୍ତି । ଯଦି ଆପଣମାନେ ବି ପାଳୁଛନ୍ତି ଦହିବରା ଆଳୁଦମ୍ ଦିବସ ତେବେ ଆମ କମେଣ୍ଟ ବକ୍ସକୁ ଯାଇ ଦହିବରା ଫଟୋ ଉଠାଇ ସେୟାର କରନ୍ତୁ ।

Advertisement

କଟକରେ ଏମିତି ଜାଗା ରହିଛି ଯାହାର ସ୍ୱାଦ ଅତ୍ୟନ୍ତ ମନଲୋଭା । ବିଡାନାସିର ( ରଘୁ ଦହିବରା), ଦୋଳମୁଣ୍ଡାଇର(ହରିଭାଇନା ହଦିବରା),ସେହିଭଳି ଚୌଧୁରୀ ବଜାରର ଅନେକ ଜାଗାରେ ବହୁତ ଭଲ ଦହିବରା ମିଳେ , ଏହାସହ ଷ୍ଟାଡିୟମ୍ ପାଖର (ବାପଝିଅ) ଦହିବରା ଇତ୍ୟାଦି କଟକ ପ୍ରସିଦ୍ଧ ।

Leave a Reply

Your email address will not be published. Required fields are marked *