Pratidin TV

Odisha's Digital News Platform

ବିଶ୍ୱରେ କାୟା ବିସ୍ତାର କରୁଛି ଏକ୍ସ ମହାମାରୀ, କରୋନା ଠାରୁ ହେବ ୨୦ ଗୁଣା ଭୟଙ୍କର…

1 min read


ଜେନେଭା: ୨ ବର୍ଷ ଧରି ଦେଶରେ ଆତଙ୍କ ଖେଳାଇଥିବା ମାରାତ୍ମକ ଭୁତାଣୁ କରୋନା ଭୟ ଏବେବି ଲୋକଙ୍କ ମନରୁ ଯାଇନି । କାରଣ ଏହି ମାରାତ୍ମକ ମହାମାରୀରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ପୁଣିଥରେ ଆଉ ଏକ ରୋଗ ଏବେ ଧୀରେ ଧୀରେ ବ୍ୟାପିବାକୁ ଲାଗିଲାଣି । ପୁଣି ଏକ ବିପଜ୍ଜନକ ରୋଗର ସାମ୍ନା କରିପାରେ ବିଶ୍ୱ । ଏହି ନୂତନ ରୋଗକୁ ଏକ୍ସ ନାମରେ ଚିହ୍ନଟ କରାଯାଇଛି । ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଜାରୀ କରାଯାଇଛି । ତେବେ ଏହି ନୁଆ ମାରାର୍ମକ ରୋଗରେ ଆକ୍ରାନ୍ତ ହୋଇ ପାଖାପାଖି ୫ କୋଟି ଲୋକ ପ୍ରାଣ ହରାଇ ପାରନ୍ତି ବୋଲି ଆଶଙ୍କା ରହିଛି । କାରଣ କରୋନା ମହାମାରୀ ଠାରୁ ଏହା ୨୦ ଗୁଣା ଅଧିକ ହେବ ବିପଦପୂର୍ଣ୍ଣ ବୋଲି କୁହାଯାଉଛି ।


ତେବେ କରୋନା ଠାରୁ ଅଧିକ ମାରାତ୍ମକ ରୋଗ ଏକ୍ସର ଆତଙ୍କ ଏବେ ପୁଣି ଥରେ ଆତଙ୍କ ଖେଳାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ କହିଛନ୍ତି ଯେ କୋଭିଡ ଅପେକ୍ଷା ଏହା ବେଶି ମାରାତ୍ମକ ବୋଲି । ଏଥିରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକ ମାନେ ଟିକା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ସୂଚନାରୁ ଜଣାଯାଏ ଯେ ୧୯୧୮-୨୦ ମସିହାରେ ସ୍ପେନ ଫ୍ଲୁ ଯୋଗୁ ସମଗ୍ର ବିଶ୍ୱରେ ୫ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ତେଣୁ ଏହି ନୂତନ ରୋଗ ଏକ୍ସ ରୋଗରୁ ଲୋକଙ୍କୁ ରକ୍ଷା କରିବା ଜରୁରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଏସବୁ ସଂକ୍ରାମକ ରୋଗ ଏବଂ ଏହା ମହାମାରୀ ସୃଷ୍ଟି କରିବ । ବର୍ତ୍ତମାନ ବୈଜ୍ଞାନିକମାନେ ଏହି ରୋଗର ରୂପ ଏବଂ ଭାରିଆଣ୍ଟ ବିଷୟରେ ସ୍ପଷ୍ଟ ସୂଚନା ପାଇ ନାହାଁନ୍ତି । ସେଥିପାଇଁ ଏହାର ନାମ ଏକ୍ସ ରଖାଯାଇଛି । ପରବର୍ତ୍ତୀ ସମୟରେ ଏହି ନୂତନ ରୋଗ ଚିହ୍ନଟ ହେଲେ ଏହାର ନାମ ପରିବର୍ତ୍ତନ ହେବ ।

Advertisement

Leave a Reply

Your email address will not be published. Required fields are marked *