Pratidin TV

Odisha's Digital News Platform

କରୋନାଠୁ ଅଧିକ ଘାତକ ମହାମାରୀ ପାଇଁ ପ୍ରସ୍ତୁତ ରୁହ ; ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କଡା ଚେତାବନୀ

1 min read

ନୂଆଦିଲ୍ଲୀ : ପୁଣି ଚିନ୍ତା ବଢାଇଲାଣି ହୁ ( ୱାଲଡ୍ ହେଲ୍‌ଥ ଅରଗାନାଇଜେସନ୍ ) ର ଚେତାବନି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ’ର ମୁଖ୍ୟ ଟ୍ରେଡୋସ ଆଦନମ୍ ବିଶ୍ୱକୁ କଡା ଚେତାବନି ଦେଇଛନ୍ତି । ସେ କହିଛନ୍ତି ଯେ ‘ଆଗକୁ ବିଶ୍ୱ ଖୁବ୍‌ଶୀଘ୍ର ଆଉ ଏକ ଭୟଙ୍କର ମହାମାରୀର ସାମ୍ନା କରିବ । ସେଥିପାଇଁ ସବୁ ପ୍ରସ୍ତୁତ ରୁହ । ଏହି ମହାମାରୀ କରୋନା ଠାରୁବି ଭୟଙ୍କର ହେବ ବୋଲି ଟ୍ରେଡୋସ୍ ସୂଚନା ଦେଇଛନ୍ତି ।

WHO ର ମୁଖ୍ୟ ଟ୍ରେଡୋସ ୭୬ ତମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଭାରେ ନିଜର ରିପୋର୍ଟ ଉପସ୍ଥାପନ କରିବାବେଳେ ଏହା କହିଛନ୍ତି। WHO ମୁଖ୍ୟ କହିଛନ୍ତି ଯେ ଆସୁଥିବା ଜୀବାଣୁ ଦ୍ୱାରା ଅନେକ ଲୋକ ସଂକ୍ରମିତ ହେବେ। ଏଥିପାଇଁ ସେ ଏକ ପ୍ରଭାବଶାଳୀ ବିଶ୍ୱସ୍ତରୀୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ, ଯାହାକି ସମସ୍ତ ପ୍ରକାରର ଜରୁରୀକାଳୀନ ପରିସ୍ଥିତିର ସମାଧାନ ଜାରି ରଖିଛି ।

ସେ ପରାମର୍ଶ ଦେଇଛନ୍ତି, ଯେତେବେଳେ ପରବର୍ତ୍ତୀ ମହାମାରୀ ହୁଏ, ସେତେବେଳେ ଆମେ ନିର୍ଣ୍ଣାୟକ ତଥା ସାମୂହିକ ଭାବରେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ହେବା ଆବଶ୍ୟକ। ଟ୍ରେଡୋସ ଏହି ବୈଠକରେ କହିଛନ୍ତି ଯେ ଗତ ତିନିବର୍ଷ ମଧ୍ୟରେ କରୋନା ମହାମାରୀ ଆମ ଦୁନିଆକୁ ବଦଳାଇ ଦେଇଛି। ଏଥିରେ ପ୍ରାୟ ୭୦ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି, କିନ୍ତୁ ଆମେ ଜାଣୁ ଯେ ଆଗକୁ ଆସୁଥିବା ମହାମାରୀ ଅତ୍ୟନ୍ତ ଭୟଙ୍କର ହେବ ଯାହାର ମୃତ୍ୟୁ ସଂଖ୍ୟ ପ୍ରାୟ ୨୦ ନିୟୁତ ହେବ। ସେ କହିଛନ୍ତି ଯେ ଯଦି ଆମେ ପରିବର୍ତ୍ତନ ଆଣିବା ନାହିଁ, ତେବେ କିଏ ଏ ମହାମାରୀକୁ କରିବ? ଆମେ ଏଥିପାଇଁ ପ୍ରସ୍ତୁତ ହେବା ଉଚିତ୍ ।

Leave a Reply

Your email address will not be published. Required fields are marked *