ଆଜି ବିଶ୍ୱ ଜନସଂଖ୍ୟା ଦିବସ
1 min readଭୁବନେଶ୍ୱର : ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଏ । ଜନସଂଖ୍ୟା ବୃଦ୍ଧି ଯୋଗୁ ଆମ ପରିବେଶ ଓ ସାମାଜିକ ବ୍ୟବସ୍ଥା ଉପରେ ପ୍ରଭାବ ତଥା ପରିବାର ନିୟୋଜନ ,ଦାରିଦ୍ରତା,ଲିଙ୍ଗଗତ ସମାନତା ,ନାଗରିକ ଅଧିକାର,ମା ଓ ଶିଶୁର ସ୍ୱାସ୍ଥ ଇତ୍ୟାଦି ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ । ୧୯୮୯ ମସିହାରେ ମିଳିତ ଜାତିସଂଘର ବିକାସ ପରିଷଧ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ।୧୯୮୭ ମସିହା ବେଳକୁ ଯେତେବେଳେ ବିଶ୍ୱର ଜନସଂଖ୍ୟା ୫ବିଲିୟନ ରେ ପହଚିଂଥିଲା ,ଏହାକୁ ନେଇ ମିଳିତ ଜାତିସଂଘ ଉଦ୍ବେଗ ପ୍ରକାଶ କରିଥିଲା ।ତେବେ ବୃଦ୍ଧି ପାଉଥିବା ଜନସଂଖ୍ୟ ଓ ଏହାର ନିରାକରଣକୁ ନେଇ ଏକ କାଯ୍ୟକ୍ରମ ଆୟୋଜିତକରା୍ାଇଥିଲା । ଏଥିରେ ପରିବାର ନିୟୋଜନ,ବିକାସ ଏବଂ ପରିବେଶ ସୁରକ୍ଷା ଆଦି ବିଷୟରେ ଚର୍ଚ୍ଚା ହୋଇଥିଲା । ସେହି ଦିନଠୁ ପ୍ରତ୍ୟକ ବର୍ଷ ଏହି ଦିନରେ ବିସ୍ୱ ଜନସଂଖ୍ୟା ଦିବସ ରୁପେ ପାଲନ କରିଆସୁଛୁ ।
ଚଳିତ ବର୍ଷ ବିଶ୍ୱ ଜନସଂଖ୍ୟା ୮ ବିଲିୟନ ରେ ପହଚିଂଛି । ଜନସଂଖ୍ୟାର ମାତ୍ରା ବଢିବା ଦ୍ୱାରା ଲୋକମାନଙ୍କର ଆବଶ୍ୟକତା,ଅର୍ଥ ସମସ୍ୟା ,ଦ୍ରାରିଦ୍ରତା ଇତ୍ୟାଦି ବଢୁଛି ଯାହାକି ବିଶ୍ୱ ପାଇଁ ଏକ ବଡ ସମସ୍ୟା ପାଲଟିପାରେ ଭବିଷ୍ୟତକୁ ।ଏଥିପାଇଁ ଆମ ସମସ୍ତଙ୍କୁ ଏକ ଶିକ୍ଷିତ ,ଉଚ୍ଚ ମାନସିକତାର ଆବଶ୍ୟକ ଯାହାଦ୍ୱାରା ଏହି ସମସ୍ୟାର ସମାଧାନ ବାହାରିପାରିବ ଓ ଏହା ଦ୍ୱାରା ଆମ ପୃଥିବୀ ଆହୁରି ସୁନ୍ଦର ହୋଇ ଗଢିଉଠିବ ।