Pratidin TV

Odisha's Digital News Platform

ବିିଶ୍ୱର ସବୁଠୁ ଛୋଟ ଦେଶ ; ଯେଉଁଠି ବସବାସ କରନ୍ତି ମାତ୍ର ୨୭ ଜଣ ଲୋକ , ଚାଲନ୍ତୁ ଜାଣିବା କେଉଁଠି ଏହି ଦେଶ ?

1 min read

ଆପଣମାନେ ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ଥିବା ଦେଶ ବିଷୟରେତ ନିଶ୍ଚୟ ଜାଣିଥିବେ । କିନ୍ତୁ କଣ ଆପଣମାନେ ସବୁଠୁ କମ୍ ଜନସଂଖ୍ୟା ଥିବା ଦେଶବିଷୟରେ ଜାନିଛନ୍ତି କି ? ଯେଉଁଠି ମାତ୍ର ୨୭ ଜଣ ଲୋକ ବସବାସ କରନ୍ତି । କଣ ଜାଣିକି ଆଶ୍ଚର୍ଯ୍ୟ ଲାଗୁଛିକି କିନ୍ତୁ ଏହା ସତ । ତେବେ ଚାଲନ୍ତୁ ଜାଣିବା ଏହି ଦେଶ ବିଷୟରେ –

Advertisement

ବିଶ୍ୱରେ ଚୀନର ଜନସଂଖ୍ୟା ସବୁଠାରୁ ଅଧିକ । ପରେ ପରେ ଜନସଂଖ୍ୟାର ତାଲିକାରେ ଚୀନର ତଳକୁ ଅନେକ ଦେଶର ନାଁ ରହିଛି । ହେଲେ ସବୁଠାରୁ କମ୍ ଜନସଂଖ୍ୟା ଓ ଛୋଟିଆ ଦେଶ ଇଂଲଣ୍ଡ ନିକଟରେ ରହିଛି । ଯାହାର ନାଁ ସିଲ୍ୟାଣ୍ଡ । ଏହା ଇଂଲଣ୍ଡ ନିକଟରେ ରହିଥିବା ବେଳେ ଏଠାରେ ମାତ୍ର ୨୭ ଜଣ ଲୋକ ବସବାସ କରନ୍ତି ।

ତେବେ ଏହି ଛୋଟିଆ ଦେଶଟି ସମୁଦ୍ର ମଧ୍ୟରେ ରହିଛି । ଦୁଇଟି ବଡ଼ ବଡ଼ ଖୁମ୍ବ ଉପରେ ଏହା ପୋଲ ସଦୃଶ ପରି ଛିଡ଼ା ହୋଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ୍ ଏହାକୁ ନିର୍ମାଣ କରିଥିଲା । ପରେ ପରେ ଏହାକୁ ବ୍ରିଟେନ୍ ପକ୍ଷରୁ ନଷ୍ଟ କରିଦିଆଯାଇଥିଲା । ସେବେଠାରୁ ଏହାକୁ ଅନ୍ୟଦେଶର ଲୋକମାନେ ନିଜର ଅଧିନକୁ ନେଇଥିଲେ । ପ୍ରାୟ ୧୩ ବର୍ଷ ପୂର୍ବରୁ ଆର୍ଥାତ୍ ୯ ଅକ୍ଟୋବର ୨୦୧୨ରେ ବ୍ରେଟ୍ସ ନାମକ ଜଣେ ବ୍ୟକ୍ତି ଏଠିକାର ପ୍ରିନ୍ସ ବୋଲି ଘୋଷଣା କରିଥିଲେ ।

ବ୍ରେଟ୍ସଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମାଇକେଲ ଏଠାରେ ଶାସନ କଲେ । ବର୍ତ୍ତମାନ ସିଲ୍ୟାଣ୍ଡକୁ ସବୁଠାରୁ ଛୋଟ ଦେଶ ବୋଲି କୁହାଯାଉଛି । କିନ୍ତୁ ଏହାକୁ ଆନ୍ତରାଷ୍ଟ୍ରୀୟ ମାନ୍ୟତା ମିଳିନାହିଁ । ସବୁଠାରୁ ବଡ଼ କଥା ହେଉଛି ଏଠାରେ କୌଣସି ହିଂସା ଦେଖିବାକୁ ମିଳେନାହିଁ । କି କୌଣସି ଦେଶ ଏହା ଉପରେ ଆକ୍ରମଣ କରନ୍ତି ନାହିଁ । ସିଲ୍ୟାଣ୍ଡରେ ଥିବା ଖମ୍ବର କ୍ଷେତ୍ରଫଳ ୨୫୦ ମିଟର ରହିଛି ।

Leave a Reply

Your email address will not be published. Required fields are marked *