Pratidin TV

Odisha's Digital News Platform

ଆଜି ହେଉଛି ବିଶ୍ୱ ହସ ଦିବସ, ନିଜେ ହସନ୍ତୁ ଏବଂ ଅନ୍ୟକୁ ହସାନ୍ତୁ…

1 min read

ବିନା କଥାରେ ମୁହଁରେ ଟିକିଏ ହସ ଦେଖିଲେ ଗଢ଼ିଉଠେ ସୁସମ୍ପର୍କ । ଅଚିହ୍ନା ଲୋକ ହୋଇଯାଏ ନିଜର । ଆଉ ଗଢିଉଠେ ସମ୍ପର୍କ । କୁହାଯାଏ ଯେ ହସିବା ଦ୍ୱାରା ଶରୀର ସୁସ୍ଥ ରହେ । ମୁହଁରେ ହସ ଥିଲେ ଆମର ସକରାତ୍ମକ ଭାବନା ଜାଗ୍ରତ ହୋଇଥାଏ । ଏବଂ ଟେନସନ ଦୂର ହୋଇଥାଏ । ଏହାଛଡା ମଣିଷ ଯେତେ ଦୁଖଃରେ ଥାଉ ନା କାହିଁ ଯଦି ଅନ୍ୟ ଲୋକଟି ତାକୁ ହସାଇ ଦେଇପାରେ । ତେବେ ଦୁଃଖ କିଛି ମାତ୍ରାରେ ଲାଘବ ହୋଇଯାଏ । ତେଣୁ ସବୁବେଳେ ମୁହଁରେ ହସ ରହିବା ଦ୍ୱାରା ଏହା ଆମର ଅନ୍ୟ ମାନଙ୍କ ସହ ସମ୍ପର୍କ ସୃଦୁଢ ହୁଏ । ତେବେ ଆମେ କେତେବେଳେ ହସିଥାଉ? ଯେତେବେଳେ ଆମେ କୈାଣସି କୈାତୁହଳ ପୂର୍ଣ୍ଣ ଜିନିଷ ଦେଖିଥାଉ କିମ୍ବା କିଛି କମେଡି ଦେଖିଥାଉ । ସେତେବେଳେ ଆମକୁ ହସ ଲାଗିଥାଏ ଆଉ ଆମେ ହସିଥାଉ । ଏଥାଛଡା ଆମର ଯଦି ମନ ଖୁସି ରହିଥାଏ ବା ଆମର କୈାଣସି କଥା ମନ ପଡିଯାଏ ତେବେ ଆମ ମୁହଁରେ ଆପେ ଆପେ ହସ ଆସିଯାଏ ।

ଆଜି କାଲି ଚାପଗ୍ରସ୍ତ ଜୀବନରେ ମଣିଷ ହସିବା ଭୁଲି ଯାଉଛି । ଏଭଳି ପରିସ୍ଥିତିରେ ମୁହଁରେ ହସ ଫେରାଇ ଆଣିବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର ପ୍ରଥମ ଶୁକ୍ରବାରକୁ ବିଶ୍ୱ ହସ ଦିବସ ଭାବେ ପାଳନ କରାଯାଇଛି । ୧୯୯୯ ମସିହାରୁ ଲୋକମାନେ ଏହି ଦିନ ପାଳନ କରିଆସୁଛନ୍ତି । ଚଳିତ ବର୍ଷ ଏହା ଅକ୍ଟୋବର ୬, ୨୦୨୩ ରେ ପଡୁଛି । ଏହି ଦିବସ ପ୍ରଥମେ ହାର୍ଭେ ରସ ବଲଙ୍କଠାରୁ ଆସିଥିଲା । ଏହି ଦିନର ଧାରଣା ହେଉଛି ନିଜର ବ୍ୟସ୍ତ ବହୁଳ ଜୀବନ ଭିତରେ ବର୍ଷର ଗୋଟିଏ ଦିନ ନିଜେ ହସିବା ସହ ଅନ୍ୟକୁ ହାସାଇବା । ଯାହାଦ୍ୱାରା ମନୋବଳ ସୃଦୁଢ ପାଇଁ ଉତ୍ସାହିତ କରିବା । କାରଣ ହସିବା ଦ୍ୱାରା ଚାପର ପରିମାଣ କମିଥାଏ । କଠିନ ପରିସ୍ଥିତିରେ ମୁହଁରେ ଛୋଟ ହସ ହିଁ ଚାପ ହ୍ରାସ କରିବା ସହ ସମସ୍ୟା ଗୁଡିକୁ ସାମ୍ନା କରିବା ପାଇଁ ଶକ୍ତି ପ୍ରଦାନ କରିଥାଏ । ତେବେ ହସ ଦିବସକୁ ନେଇ ମଦର ଟେରେସା କହିଛନ୍ତି ଯେ ପ୍ରତ୍ୟକଥର ଯେତେବେଳେ ଆପଣ କାହାକୁ ହସାନ୍ତି ତେବେ ଏହା ସେହି ବ୍ୟକ୍ତିଙ୍କ ପ୍ରତି ଉପହାର ସଦୃଶ ହୋଇଥାଏ ।

Advertisement

Leave a Reply

Your email address will not be published. Required fields are marked *