Pratidin TV

Odisha's Digital News Platform

ବିଶ୍ୱ କ୍ରୀଡା ସାମ୍ବାଦିକ ଦିବସ

ପ୍ରତିବର୍ଷ ଜୁଲାଇ୨ ତାରିଖରେ ବିଶ୍ୱ କ୍ରୀଡା ସାମ୍ବାଦିକ ଦିବସ ପାଳିତ ହୋଇଆସୁଛି । ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ କ୍ରୀଡା ସାମ୍ବାଦିକତାତାର ଗୁରୁତ୍ୱ ସହ କ୍ରୀଡା ସାମ୍ବାଦିକ ମାନଙ୍କର କାଯ୍ୟପ୍ରତି ସଚେତନତା ସୃଷ୍ଟି କରିବା । ୧୯୯୪ ମସିହା ଜୁଲାଇ ୨ ତାରିଖ ଠାରୁ (ଏଆଇପିଏସ୍‌)ଇଣ୍ଟରନ୍ୟାସନାଲ୍ ସ୍ପୋର୍ଟସ ପ୍ରେସ୍ ଆସୋସିଏସନ୍ ପକ୍ଷରୁ ପ୍ରଥମ ତର ଏହି ଦିବସ ପାଳିତ ହୋଇଆସୁଛି । ଦେଖିବାକୁ ଗଲେ କ୍ରୀଡା ସାମ୍ବାଦିକତାର ଇତିହାସ ୧୮୦୦ ମସିହାରୁ ପ୍ରାୟତଃ ଆରମ୍ଭ ହୋଇଥିଲା । ୧୯୨୦ ବେଳକୁ ଏହା ବିକଶିତ ହେବା ଆରମ୍ଭ କରିଥିବାବେଳେ ୨୦୨୨ ବେଲକୁ ଏହା ଏକ ପ୍ରମୁଖ ଏବଂ ବହୁ ଚର୍ଚ୍ଚିତ ଲୋକପ୍ରିୟ ଅଂଶ ପାଲଟିଛି । ଲୋକଙ୍କ ମନରେ କ୍ରୀଡା ପ୍ରତି ରୁଚି ସୃଷ୍ଟି କରିବାରେ ଏହାର ପ୍ରମୁଖ ଭୂମିକା ରହିଛି । ଓଡିଶାରେ ମଧ୍ୟ ୨୦୧୪ ମସିହାରୁ ଓଡିଶା କ୍ରୀଡା ସାମ୍ବାଦିକ ସଂଘ ପକ୍ଷରୁ ଏହି ଦିବସଟି ପାଳିତ ହୋଇଆସୁଛି । ଯାହାଦ୍ୱାରା ଲୋକମାନଙ୍କ ମନରେ ଦିନକୁ ଦିନ କ୍ରୀଡା ଏକ ରୂଚିକର ବିଷୟ ପାଲଟିଯିବା ସହ ପିଲାମାନଙ୍କୁ ମଧ୍ୟ କ୍ରୀଡାର ବିଶେଷ୍ୱତ ମାଧ୍ୟମରେ ଅବଗତ
କରାଇଛି ।

Leave a Reply

Your email address will not be published. Required fields are marked *