Pratidin TV

Odisha's Digital News Platform

ଉଚ୍ଚତାରେ ଗ୍ରେଟ ଖଲ୍ଲିଙ୍କୁ କାଟିଲେ ଏହି ଝିଅ , ମାତ୍ର ୨୫ ବର୍ଷ ବୟସରେ କେମିତି ହେଲେ ଏତେ ଲମ୍ବା …..

ନୂଆଦିଲ୍ଲୀ : ଆଜିକାଲି ଡେଙ୍ଗା ହେବାକୁ କିଏ ନ ଚାହେଁ । ବରଂ ଅଧିକ ଡେଙ୍ଗା ହେବା ପାଇଁ ଲୋକମାନେ ଏକ୍ସରସାଇଜଠୁ ଆରମ୍ଭ କରି ଅନେକ ଉପାୟ ଆପଣେଇଥାନ୍ତି । କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ନିଜର ଉଚ୍ଚତା ଅଧିକ ଯୋଗୁ ସମସ୍ତଙ୍କ ଆଗରେ ପରିହାସର ପାତ୍ର ପାଲଟିଯାଆନ୍ତି ।

ଆମେ ଏଠି ଏଭଳି ଏକ ଝିଅର କଥା କହୁଛୁ ଯିଏ ନିଜ ଉଚ୍ଚତା ଲମ୍ବା ପାଇଁ ସମସ୍ତଙ୍କ ଆଗରେ ଅନେକ ପରିହାସ ହୋଇଛି । ହଁ ଏହି ଝିଅ ଜଣଙ୍କ ନିଜ ଉଚ୍ଚତାରେ ଭାରତର ପହଲିମାନ ଦିଲିପ୍ ସିଂ ରାଣା ( ଦ ଗ୍ରେଟ୍ ଖଲ୍ଲି )ଙ୍କ ଠାରୁ ମଧ୍ୟ ଉଚ୍ଚ । କିନ୍ତୁ ତାଙ୍କର ଏହି ଉଚ୍ଚତାହିଁ ଦେଇପାରିଛି ତାଙ୍କୁ ଏକ ଭିନ୍ନ ପରିଚୟ । ନିଜର ଲମ୍ବା ହାଇଟ୍ ଯୋଗୁ ତାଙ୍କ ନାଁ ଗିନିସ ବୁକ୍ ଅଫ୍ ୱାଲଡ୍ ରେକଡରେ ଅନେକ ଥର ଆସିଛି । ଏହି ଝିଅର ନାମ ରୁମେସା ଗେଲଗୀ ଅଟେ । ଉଚ୍ଚତା ୭ ଫୁଟ୍ ୭ ଇଞ୍ଚ ଅଟେ । ସେହିପରି ଗ୍ରେଟ୍ ଖଲ୍ଲିଙ୍କ ଉଚ୍ଚତା ୭ଫୁଟ୍ ୧ ଇଞ୍ଚ ଥିବାବେଳେ ଏହି ଝିଅ ନୂଆ ରେକଡ ସୃଷ୍ଟି କରିଛନ୍ତି । ମାତ୍ର ୨୫ ବର୍ଷ ବୟସରେ ତାଙ୍କ ଉଚ୍ଚତା ୭ ଫୁଟ୍ ୭ ଇଞ୍ଚ । ଏହା ତାଙ୍କ ପାଇଁ କୌଣସି ଖୁସି କଥା ନୁହେଁ ବରଂ ଏଥିପାଇଁ ସେ ଅନେକ ଥର ଉପହାସର ପାତ୍ର ସାଜିଛନ୍ତି ।

ଏହାପରେ ମଧ୍ୟ ସେ ଭାଙ୍ଗି ପଡିନାହାନ୍ତି । ଲୋକମାଙ୍କ ପରିହାସରେ ସେ ପ୍ରତିଉତ୍ତର ଦେଇ କହିଚନ୍ତି ଯେ ମୁ ଖୁସି ଯେ ମୁ ଏତେ ଡେଙ୍ଗା ତା ସହ ମୁ ଗିନିଶ୍ ବୁକ୍ ରେ ମଧ୍ୟ ରେକର୍ଡ ସୃଷ୍ଟି କରିପାରିଛି । ମୁ ମୋ ଇଛାରେ ଏଭଳି ଲମ୍ବା ହୋଇଯାଇନି । ଏହା ଏକ ପ୍ରକାରର ରୋଗ ଅଟେ ଯାହାର ନାମ ଜେନେଟିକ୍ ଡିସ୍‌ଅଡର ଅଟେ । ଏଥିରେ ଲୋକମାନଙ୍କ ହାତ ଗୋଡରେ ଥିବା ହାଡ ଗୁଡିକ ମାତ୍ରାଧିକ ଅନୁସାରେ ବଢିଯାଏ । ମୁ ଛୋଟ ବେଳୁ ହିଁ ଏମିତି । ଲୋକମାନେ ମତେ ଅସମ୍ମାନ କରିଛନ୍ତି କିନ୍ତୁ ମୁ କେବେ ତାଙ୍କ କଥାକୁ ମନକୁ ନେଇନି । ମୁ ମୋ ଉଚ୍ଚତାକୁ ନେଇ ଖୁସି ଅଛି ବୋଲି କହିଛନ୍ତି ରୁମେଶା ଗାଲଗୀ ।

Leave a Reply

Your email address will not be published. Required fields are marked *