Pratidin TV

Odisha's Digital News Platform

ଆଜି ବିଶ୍ୱ ଟେଲିଭିଜନ ଦିବସ ; ସ୍ମାର୍ଟଫୋନ ପାଇଁ କମିଯାଇଛି ଟିଭିର ବ୍ୟବହାର ହେଲେ ଆଜିବି …

1 min read

ଭଦ୍ରକ ; ଆଜିର ଦିନକୁ ସାରା ବିଶ୍ୱ ଟେଲିଭିଜନ ଦିବସ ଭାବେ ପାଳନ କରୁଛି । ନଭେମ୍ବର ୨୧ ତାରିଖକୁ ବିଶ୍ୱ ଟେଲିଭିଜନ ଦିବସ ଭାବେ ପାଳନ କରୁଥିବା ବେଳେ ଭାରତ ୧୯୫୦ ରେ ପ୍ରଥମ ଥର ଟେଲିଭିଜନର ସ୍ୱାଦ ଚାଖିଥିଲା ବୋଲି ତଥ୍ୟ ରହିଛି। ଖବର ପ୍ରସାରଣ ର ପ୍ରମୁଖ ମାଧ୍ୟମ ଟେଲିଭିଜନ, ଦେଶ, ରାଜ୍ୟ, ବିଶ୍ୱର ଟିକିନିଖି ଖବର କି ଲୋକଙ୍କ ପାଖରେ ପହଞ୍ଚାଇ ଥାଏ ଟେଲିଭିଜନ ।

ସ୍ୱାସ୍ଥ୍ୟ, କ୍ରୀଡା, ମନୋରଞ୍ଜନ, ଆଦି ଖବର ପ୍ରସାରଣ ର ପ୍ରମୁଖ ମାଧ୍ୟମ ପାଲଟିଥିବା ବେଳେ ଏବେ କିନ୍ତୁ ଟେଲିଭିଜନ ର ବ୍ୟବହାର କମିଛି । କାରଣ ଲୋକମାନଙ୍କ ହାତକୁ ଆସିଯାଇଛି ସ୍ମାର୍ଟଫୋନ । ଯାହାଦ୍ୱାରା ଆଜି ଲୋକମାନେ ଟେଲିଭିଜନ ବଦଳରେ ନିଜ ନିଜ ମୋବାଇଲରେ ସବୁକିଛି ଦେଖିବାକୁ ପସନ୍ଦ କରୁଛନ୍ତି । ତା ଛଡା ବର୍ତ୍ତମାନ ଟିଭିର ଚାହିଦାକୁ ଆହୁରୀ କମାଇଦେଛି ଏଲଇଡି । ଏଲଇଡ଼ି ମାର୍କେଟକୁ ଆସିବା ପରେ ଘରେ ଘରେ ଟିଭି ଲୋପାଇବାରେ ଲାଗିଛି । ଯାହାଫଳରେ ଟିଭି ମେକାନିକ୍ ମାନଙ୍କ ରୋଜଗାର ଶୂନରେ ପହଞ୍ଚିଛି ।

Advertisement

କିନ୍ତୁ କିଛି ଟିଭି ମେକାନିକଙ୍କ କହିବା ଅନୁଯାୟୀ ଯେତେ ନୂଆ ମଡେଲ ଏଲଇଡି , ସ୍ମାର୍ଟଫୋନ ଆସିଲେ ମଧ୍ୟ ଟିଭିର ଚାହିଦା ଆଜି ମଧ୍ୟ ରହିଛି । ହଁ ଟିଭି ଗୁଡିକର ପାର୍ଟ ମିଳିବା କଷ୍ଟକର ହୋଇଯାଇଛି କିନ୍ତୁ ଆଜିବି ଗାଁ ଗାଁରେ ଅଣେକ ଘରେ ଟିଭି ଦେଖିବାକୁ ମିଳୂଛି ।

Leave a Reply

Your email address will not be published. Required fields are marked *