Pratidin TV

Odisha's Digital News Platform

ବିଶ୍ବ ଅନ୍ତର୍ଜାତୀୟ ଯୋଗ ଦିବସ: ଜାଣନ୍ତୁ କଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ମୁଦ୍ରାରେ ପୂରା ବିଶ୍ୱ । ଏ ବର୍ଷର ଥିମ୍ ରହିଛି ‘ଯୋଗ ଫର ହୁ୍ୟମାନିଟି’ । ଅର୍ଥାତ ଜୀବନ ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ । ଏହି ଯୋଗ ଦିବସ ଅବସରରେ ମହିଶୁର ପ୍ୟାଲେସରେ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ କରିଛନ୍ତି । ଏଥିସହିତ ଦେଶର ୭୫ ଐତିହ୍ୟସ୍ଥଳୀରେ ମଧ୍ୟ ଯୋଗଦିବସ ପାଳିତ ହୋଇଛି । କରୋନା ମହାମରୀ ସମୟରେ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଯୋଗ ସହାୟକ ହୋଇଥିଲା । ୨୦୧୪ ଡିସେମ୍ବରରେ ଯୋଗ ଦିବସ ଘୋଷଣା କରିଥିଲା ଜାତିସଂଘ ଜୁନ୍ ୨୧କୁ ଯୋଗ ଦିବସ ଭାବେ ଘୋଷଣା କରାଯାଇଥିଲା ।

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମଗ୍ର ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାର୍ତ୍ତା ଦେଇ କହିଛନ୍ତି ଯେ, ‘ଯୋଗ ଆଜି ବିଶ୍ୱର ସ୍ୱାସ୍ଥ୍ୟକୁ ନୂଆ ବାଟ ଦେଖାଇଛି । ପୂର୍ବରୁ ଯାହା ଘର ଭିତରେ ସୀମିତ ଥିଲା, ଆଜି ତାହା ସାରା ବିଶ୍ୱରେ ପହଂଚିଛି । ଯୋଗ କୌଣସି ବ୍ୟକ୍ତି ପାଇଁ ନୁହେଁ, ସମଗ୍ର ମାନବ ଜାତି ପାଇଁ ଉଦ୍ଧିଷ୍ଟ । ଯୋଗ ଜୀବନର ଏକ ଅଂଶ ନୁହେଁ, ଏହା ଜୀବନଶୈଳୀ । ଯୋଗ କୋଟି କୋଟି ଲୋକଙ୍କ ମନରେ ଶାନ୍ତି ଆଣି ଦେଉଛି । ଏହା ଆମ ସମସ୍ତଙ୍କ ଭିତରେ ସଚେତନତା ସୃଷ୍ଟି କରୁଛି । ଯୋଗ ଦ୍ୱାରା ସମସ୍ତଙ୍କୁ ଏକସଙ୍ଗେ ଦେଶ ସହ ଯୋଡ଼ା ଯାଇପାରିବ । ଯୋଗ ବଳରେ ଆମେ ଆମର ସମସ୍ୟା ଦୂର କରିପାରିବା । ‘ମାନବତା ପାଇଁ ଯୋଗ’ର ବାର୍ତ୍ତାକୁ ଯୋଗ ମାଧ୍ୟମରେ ପ୍ରମାଣ କରିଛି ମାନବ ଜାତି । ଯୋଗ ହିଁ ଶରୀର, ମନ ଓ ଆତ୍ମା ଶୁଦ୍ଧିକରଣର ଅନନ୍ୟ ମାର୍ଗ । ଆଜି ଏହା ପ୍ରମାଣିତ ହୋଇଛି ।’

Leave a Reply

Your email address will not be published. Required fields are marked *