Pratidin TV

Odisha's Digital News Platform

World Cup 2023 ; ଆଜି ପଡିଆରେ ମୁହଁମୁହିଁ ହେବେ ଭାରତ-ଆଫଗାନିସ୍ତାନ …

1 min read

ନୂଆଦିଲ୍ଲୀ ; ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ଅଷ୍ଟ୍ରେଲିଆ ଉପରେ ବିଜୟ ହାସଲ କରି ଭାରତ ବୁଧବାର ଦିନ ନୂଆଦିଲ୍ଲୀରେ ଆଫଗାନିସ୍ତାନକୁ ନେଇ ବିଶ୍ୱକପ ୨୦୨୩ ରେ ଦୁଇଟିରୁ ଦୁଇଟି ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଆଜି ଦିନ ୨ଟାରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ପ୍ରଥମ ଥର ପାଇଁ ଘରୋଇ ପରିବେଶରେ ଆଫଗାନିସ୍ତାନକୁ ଭାରତ ଭେଟବାକୁ ଯାଉଛି ।

ତେବେ ଟିମ୍ ଇଣ୍ଡିଆ ଭରପୁର ଜୋସ୍‌ରେ ଥିବା ବେଳେ , ଏପଟେ ପ୍ରଥମ ମ୍ୟାଚରେ ବାଂଲାଦେଶଠାରୁ ପରାଜିତ ଆଫଗାନିସ୍ତାନ ଟିମ୍ ଚାପରେ ରହିଛି । ବିଶ୍ବକପରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ମୋଟ ୩ଟି ମ୍ୟାଚ ଖେଳାଯାଇଛି । ୨ଟି ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଟାଇ ରହିଛି । ଏଣୁ ଭାରତର ପଲ୍ଲା ଭାରି ରହିଛି ।

Advertisement

ପୂର୍ବ ମ୍ୟାଚ୍ ପରି ରୋହିତ ଓ ଈଶାନ କିଶନ ଓପନିଂ ଦାୟିତ୍ବରେ ରହିବେ। ଅଷ୍ଟ୍ରେଲିଆ ବିପକ୍ଷରେ ଭୁଲ୍ ସଟ୍ ଚୟନ କରି ଈଶାନ ଓ ଶ୍ରେୟସ ଆୟର ୱିକେଟ୍ ଫିଙ୍ଗିଥିବାରୁ ସମାଲୋଚନର ଶିକାର ହୋଇଛନ୍ତି। ତେଣୁ ବୁଧବାର ଏମାନେ ଭଲ କରିବାକୁ ଚେଷ୍ଟା କରିବେ। ଗତ ମ୍ୟାଚ୍ ଭଳି ବ୍ୟାଟିଂ ବିଭାଗରେ କୌଣସି ଅଦଳ ବଦଳ ନ କରି ପଡ଼ିଆକୁ ଓହ୍ଲାଇବ। ହେଲେ ବୋଲିଂରେ କିଛିଟା ପରିବର୍ତ୍ତନ କରିବ। ୩ ଜଣ ସ୍ପିନରଙ୍କ ବଦଳରେ ଦଳ ଆର୍ ଅଶ୍ବିନଙ୍କ ସ୍ଥାନରେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଖେଳାଇବା ସମ୍ଭାବନା ରହିଛି।

ଟିମ୍ ଇଣ୍ଡିଆ- ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ (ୱିକେଟ୍ ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଆର୍ ଅଶ୍ବିନ/ମହମ୍ମଦ ସାମି, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ।
ଟିମ୍ ଆଫଗାନିସ୍ତାନ- ହାସମତୁଲା ସାହିଦି (ଅଧିନାୟକ), ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜଦ୍ରାନ, ରହମତ ଶାହ, ନଜିବୁଲ୍ଲା ଜଦ୍ରାନ, ମହମ୍ମଦ ନବି, ଅଜମତୁଲ୍ଲା ଓମାରଜାଇ, ରସିଦ ଖାନ, ମୁଜୀବ୍ ଉର ରହମାନ, ନବୀନ ଉଲ୍ ହକ, ଫଜଲହକ ଫାରୁକି।

Leave a Reply

Your email address will not be published. Required fields are marked *