Pratidin TV

Odisha's Digital News Platform

ବିଶ୍ୱକପ ଫାଇନାଲ କ୍ରେଜ୍ ; ହାରିଲା ଭାରତ , ଝୁଲି ପଡିଲେ ଯାଜପୁର ଯୁବକ ଦେବ…

1 min read

ଯାଜପୁର ; ଗତକାଲି ବିଶ୍ୱକପ ଫାଇନାଲ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ଭାରତ ହାରିବା ଦୁଃଖରେ ଭାଙ୍ଗି ପଡି ନିଜର ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଦେଇଛନ୍ତି ଯୁବକ । ଏହି ଯୁବକ ନିଜ ଘର ପାର୍ଶ୍ୱରେ ବେକରେ ବିଳମ୍ବିତ ରାତ୍ରିରେ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ତେବେ ମୃତ ଯୁବକ ଜଣଙ୍କ ହେଲେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଜରୀ ପଂଚାୟତ କୂଳସାହି ର ନୀଳମଣି ଦାସ ଙ୍କ ପୁଅ ଦେବ ରଞ୍ଜନ ଦାଶ । ଏହି ଦୁଃଖଦ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Advertisement

Leave a Reply

Your email address will not be published. Required fields are marked *