Pratidin TV

Odisha's Digital News Platform

ଆରମ୍ଭ ହେବ AI ସୁନ୍ଦରୀ ଖୋଜା …

1 min read

AI। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା । ଆଗାମୀ ଦିନରେ ବିଶ୍ୱବାସୀଙ୍କ ଜୀବନଶୈଳୀରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି ଏହି ଅତ୍ୟାଧୁନିକ ଟେକ୍ନୋଲୋଜି । ଏବେ ଚାରିଆଡେ ଆରମ୍ଭ ହୋଇସାରିଛି ଏଆଇର ଯୁଗ । ଏହି ପରିପ୍ରେକ୍ଷୀରେ ଏବେ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ବିଶ୍ୱର ପ୍ରଥମ ଏଆଇ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆରମ୍ଭ କରିଛି, ଯେଉଁଠାରେ ସମ୍ପୂର୍ଣ୍ଣ ନକଲି ମଡେଲମାନେ ମୋଟ ୧୬,୦୦୦ ପାଉଣ୍ଡ ମୂଲ୍ୟର ପୁରସ୍କାର ରାଶି ଜିତିବାର ସୁଯୋଗ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଆସନ୍ତା ମାସରେ ହେବାକୁ ଥିବା ଏକ ଅନ୍‌ଲାଇନ୍ କାର୍ଯ୍ୟକ୍ରମରେ ଭବିଷ୍ୟବାଦୀ ଫ୍ୟାନଭ୍ୟୁ ୱାର୍ଲଡ ଏଆଇ କ୍ରିଏଟର ଆୱାର୍ଡ ଦ୍ୱାରା କମ୍ପ୍ୟୁଟର-ନିର୍ମିତ ବ୍ୟକ୍ତିବିଶେଷଙ୍କ ସୌନ୍ଦର୍ଯ୍ୟ, ବୈଷୟିକତା ଓ ସୋସିଆଲ ମିଡିଆର ଦବଦବା ଉପରେ ବିଚାର କରାଯିବ ।

୧୦,୦୦୦ ଏଆଇ ମଡେଲ ଏବେ ଇଣ୍ଟରନେଟ୍‌ରେ ଝଡ଼ ସୃଷ୍ଟି କରୁଥିବା ବେଳେ ଏହି ସମାରୋହ ଟେକ୍ନୋଲୋଜି ଜଗତର ‘ଓସ୍କାର’ ହୋଇପାରେ ବୋଲି ନିର୍ମାତାମାନେ କହିଛନ୍ତି । ଏହାର ଶ୍ରେଷ୍ଠ ୧୦ ଜଣ ଫାଇନାଲିଷ୍ଟଙ୍କ ନାମ ଆସନ୍ତା ମାସ ଶେଷରେ ହେବାକୁ ଥିବା ଚୂଡ଼ାନ୍ତ ସମାରୋହ ପୂର୍ବରୁ ମେ ୧୦ରେ ଘୋଷଣା କରାଯିବ । ଏଣ୍ଟଣ୍ଟ୍ରିଗୁଡିକ ସମ୍ପୂର୍ଣ୍ଣ ଭାବରେ ଏଆଇ-ଜେନେରେଟେଡ୍ ହେବା ଆବଶ୍ୟକ, ଡିପ୍‌ଫେକ୍ ଚଳିବନି । ମିସ୍ ଏଆଇ ବିଜେତାଙ୍କୁ ନଗଦ ୪,୦୦୦ ପାଉଣ୍ଡ (୫,୦୦୦ ଡଲାର) ସହ ମେଣ୍ଟରସିପ ବାବଦରେ ୨,୦୦୦ ପାଉଣ୍ଡ ମିଳିବ । ଉପବିଜେତାଙ୍କୁ ୧,୬୦୦ ପାଉଣ୍ଡ ମୂଲ୍ୟର ଏକ ପ୍ରମୋସନାଲ ପ୍ୟାକେଜ୍ ଏବଂ ଏକ ସ୍ୱତନ୍ତ୍ର କ୍ରିଏଟର କୋର୍ସର ଆକ୍‌ସେସ୍ ମିଳିବ । ତୃତୀୟ ସ୍ଥାନର ବିଜେତା ଫ୍ୟାନଭ୍ୟୁ ସହିତ ଏକ କନ୍ସଲଟାନ୍ସି କଲ୍ ଏବଂ ୪୦୦ ପାଉଣ୍ଡ ପ୍ରମୋସନାଲ ପ୍ୟାକେଜ୍ ପାଇବେ ।

Advertisement

Leave a Reply

Your email address will not be published. Required fields are marked *