Pratidin TV

Odisha's Digital News Platform

ପ୍ରଥମ ମୁଣ୍ଡ ନେଲା ବାର୍ଡ ଫ୍ଲୁ ..

1 min read

 H5N1 ଇନଫ୍ଲୁଏଞ୍ଜା ସଂକ୍ରମଣ ଅଥବା ବାର୍ଡ ଫ୍ଲୁ ଠାରୁ ସତର୍କ ରୁହନ୍ତୁ । କୁକୁଡାଙ୍କ ଠାରେ ଏହି ସଂକ୍ରମଣ ବ୍ୟାପୁଥିଲେ ମଧ୍ୟ ଏହା ବେଳେବେଳେ ମଣିଷଙ୍କୁ ମଧ୍ୟ ପ୍ରଭାବିତ କରିପାରେ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏନେଇ ଚେତାବନୀ ଦେଇଛି । WHO କହିଛି ଯେ, H5N1 ଇନଫ୍ଲୁଏଞ୍ଜା ଏକପ୍ରକାର ଫ୍ଲୁ, ଯାହା ସାଧାରଣତଃ ଅସୁସ୍ଥ କୁକୁଡ଼ାମାନଙ୍କ ମଧ୍ୟରେ ବ୍ୟାପିଥାଏ, କିନ୍ତୁ ଏହା ବେଳେବେଳେ କୁକୁଡ଼ାଠାରୁ ମଣିଷ ପର୍ଯ୍ୟନ୍ତ ମଧ୍ୟ କାୟା ବିସ୍ତାର କରିପାରେ । ଆଉ ଏହି ଭୂତାଣୁରେ ମଣିଷ ସଂକ୍ରମିତ ହୋଇ ପ୍ରାଣ ହରାଇବା ଭଳି ଘଟଣା ସାମ୍ନାକୁ ଆସିଛି। ଏହା ବାର୍ଡ ଫ୍ଲୁ ଜନିତ ପ୍ରଥମ ମଣିଷ ମୃତ୍ୟୁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ କୁହାଯାଇଛି। ଗତ ବୁଧବାର ଏହି ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ମୃତକ ହେଉଛନ୍ତି ମେକ୍‌‌ସିକୋର ବାସିନ୍ଦା। ତାଙ୍କୁ ୫୯ ବର୍ଷ ହୋଇଥିଲା। ସେ ପ୍ରଥମେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ଧୀରେ ଧୀରେ ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ସହିତ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାନିରୀକ୍ଷା ପରେ ସେ ଆଭିଆନ ଇନ୍‌‌ଫ୍ଲୁଏନ୍‌‌ଜା (ଏଚ୫ଏନ୨) ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। କୌଣସି ମଣିଷ ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ବିଶ୍ୱରେ ପ୍ରଥମ ଘଟଣା ବୋଲି ଡବ୍ଲୁଏଚଓ କହିଛି।

Advertisement

Leave a Reply

Your email address will not be published. Required fields are marked *