Pratidin TV

Odisha's Digital News Platform

ଦୁନିଆର ସବୁଠୁ ଦାମୀ ନେଲପଲିସ ଆଜାଚର, ଯାହାର ମୂଲ୍ୟ ୧ କୋଟି ୯୦ ଲକ୍ଷ…

1 min read


ନୂଆଦିଲ୍ଲୀ: ଆପଣ ମାନେ ଜୀବନରେ ଅନେକ ଦାମୀ ଜିନିଷ ଦେଖିଥିବେ । ବିଭିନ୍ନ ଆସବାବପତ୍ର, ଦାମୀ ବଙ୍ଗଳା,ଘର, ଗାଡି ଇତ୍ୟାଦି ମହଙ୍ଗା ହେବା ସ୍ୱାଭାବିକ । କିନ୍ତୁ ଗୋଟିଏ ଛୋଟ ନେଲ ପଲିସର ମୁଲ୍ୟ କୋଟି କୋଟି ଟଙ୍କା ହେବା ନିହାତି ଆଶ୍ଚର୍ଯ୍ୟର କଥା । ଛୋଟ ବୋତଲ ନେଲ ପଲିସି ଦାମରେ ଅତି କମରେ ଚାରିଟି ଅଡି କାର କିଣି ପାରିବେ । ତେବେ ଆପଣ ମାନେ ଜାଣନମ୍‌ତି କି କାହିଁକି ଏହି ନେଲ ପଲିସର ମୂଲ୍ୟ ଏତେ ଅଧିକ । ଆଉ କଣ ରହିଚି ଏହାର କାରଣ? ତେବେ ଆସନ୍ତୁ ଜାଣିବା..


ତେବେ ଦୁନିଆର ସବୁଠୁ ଦାମୀ ନେଲପଲିସର ନାମ ହେଉଛି ଆଜାଚର । ଏହାକୁ ଲସ୍ ଆଞ୍ଜେଲ୍ସର ଡିଜାଇନର୍ ଆଜାଚର୍ ପୋଗୋସିଆନ୍ ତିଆରି କରିଥିଲେ । ଏହି ଡିଜାଇନ ସାରା ବିଶ୍ୱରେ କେବଳ ବିଳାସପୂର୍ଣ୍ଣ ଜିନିଷ ପାଇଁ ପ୍ରସିଦ୍ଧ । କିନ୍ତୁ ଏହି ଡିଜାଇନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି କଳା ରଙ୍ଗର ନେଲପଲିସ୍ ସମଗ୍ର ବିଶ୍ୱରେ ସବୁଠାରୁ ମହଙ୍ଗା ନେଲପଲିସ୍ । ଏହି ନେଲପଲିସ କିଣିବା ପୂର୍ବରୁ ଯେକେହି ହଜାରେ ଥର ଚିନ୍ତା କରିବେ । କାରଣ ଏହାର ମୂଲ୍ୟରେ ଆପଣ ଦିଲ୍ଲୀ ଭଳି ସହରରେ ଏକ ବିଳାଶପୂର୍ଣ୍ଣ ବଙ୍ଗଳା ବା ୪ଟି ମର୍ସିଡିଜ ଗାଡି ମଧ୍ୟ କିଣିପାରିବେ । କୁହାଯାଇଛି ଯେ କଳା ରଙ୍ଗର ନେଲପଲିସର ମୂଲ୍ୟ ଭାରତୀୟ ଟଙ୍କାରେ ଦେଖିବାକୁ ଗଲେ ଏହା ପ୍ରାୟ ୧ କୋଟି ୯୦ ଲକ୍ଷ ହେବ । ତେବେ ଦୂରରୁ ଏହି କଳା ରଙ୍ଗର ନେଲପଲିସ୍ ବୋତଲ ଦେଖିବାକୁ ଯତେିକି ସାଧାରଣ ହେଲେ ବାସ୍ତବରେ ତାହା ନୁହେଁ କାରଣ ଏହା ଭିତରେ ହୀରାର ଏକ ଭଣ୍ଡାର ଅଛି ।
ଏହି ନେଲପଲିସ୍ କାହିଁକି ମହଙ୍ଗା?

Advertisement


ବ୍ଲାକ୍ ଡାଇମଣ୍ଡ କିଙ୍ଗ ଅଜାଚୁରଙ୍କ କହିବାନୁସାରେଏହି ନେଲପଲିସର ମହଙ୍ଗା ହେବାର ରହସ୍ୟ ହେଉଛି ଯେ ଏହି ନଖ ରଙ୍ଗ ତିଆରି କରିବାରେ ସେ ୨୬୭ କ୍ୟାରେଟ କଳା ହୀରା ମିଶ୍ରଣ କରିଛନ୍ତି । ଏହା ସହିତ, ଏହି କଳା ନେଲପଲିସର ଗୋଟିଏ ବୋତଲରେ ୧୪.୭ ମିଲି ରିଟିଜୀ ଡିଜାଇନ୍ ଅଛି, ଯାହାର ମୂଲ୍ୟ କେବଳ ୧ କୋଟି ୫୯ ଲକ୍ଷ ୮୩ ହଜାର ୭୫୦ । ସେଥିପାଇଁ ଏହି ନେଲପଲିସର ମୂଲ୍ୟ କୋଟି କୋଟି ଟଙ୍କା ରହିଛି । ଅନ୍ୟପଟେ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ କେବଳ ୨୫ ଜଣ ଲୋକ ଏହି ନେଲପଲିସ୍ କିଣିବାକୁ ସକ୍ଷମ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *