Pratidin TV

Odisha's Digital News Platform

ମତଦାନ କଲେ ବିଶ୍ୱର ସବୁଠୁ ବାମନ ମହିଳା …

1 min read

ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ବିଶ୍ୱରୁ ସବୁଠୁ ବାଙ୍ଗରା ମହିଳା । ଜ୍ୟୋତି ଆମଗେ ଶୁକ୍ରବାର ଦିନ ମହାରାଷ୍ଟ୍ରର ନାଗପୁରଠାରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।ଏହି ୩୦ ବର୍ଷିୟା ମହିଳା ଜଣକଙ୍କ ଉଚ୍ଚତା ମାତ୍ର ୨ ଫୁଟ ୧ ଇଞ୍ଚ । ଆଜି ସକାଳୁ ସେ ମତଦାନ କେନ୍ଦ୍ରରେ ପହଞ୍ଚି ଲାଇନରେ ଛିଡା ହୋଇ ସଚେତନ ନାଗରିକ ଭାବରେ ନିଜର ବହୁମୂଲ୍ୟ ଭୋଟ ଦେଇଛନ୍ତି ।


ଜ୍ୟୋତି ନିଜର ମତଦାନ ସାବ୍ୟସ୍ତ କରିବାପରେ ବେଶ୍ ଆନନ୍ଦିତ ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ, ୨୦୧୨ ମସିହାରେ ଜ୍ୟୋତି ଟିଭି ରିଆଲିଟି ଶୋ’ ବିଗ୍ ବସ୍ ୬ରେ ପଦାର୍ପଣ କରିବା ପରେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଥିଲେ । ତାଙ୍କର କ୍ଷୁଦ୍ର ଉଚ୍ଚତାହିଁ ତାଙ୍କୁ ଜଣେ ସେଲେବ୍ରିଟିରେ ପରିଣତ କରିପାରିଥିଲା ।

Advertisement

Leave a Reply

Your email address will not be published. Required fields are marked *