Pratidin TV

Odisha's Digital News Platform

World Cup 2023 ; ଅଷ୍ଟ୍ରେଲିଆକୁ ଧୂଳି ଚଟାଇଲା ଭାରତ …

1 min read

ନୂଆଦିଲ୍ଲୀ ; ଦିନିକିଆ କ୍ରିକେଟ୍ ମହାକୁମ୍ଭ ବିଶ୍ୱକପ୍ରେ ବିଜୟରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କଲା ଭାରତ । ବିରାଟ ଓ ରାହୁଲଙ୍କ ଜବରଦସ୍ତ ବ୍ୟାଟିଂରେ ମାତ୍ ଖାଇଲା କଙ୍ଗାରୁ ଦଳ । ଗୟକାଲିର ମ୍ୟାଚ୍‌ରେ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ବିରାଟ୍ କୋହଲି ଓ କେ.ଏଲ୍ ରାହୁଲ୍।

ଗତକାଲି ଚେନ୍ନାଇର ଏମ୍ଏ ଚିଦାମ୍ୱାରମ୍ ଷ୍ଟାଡିୟମରେ ଦେଖିବାକୁ ମିଳିଲା ଏକ ଚମକପ୍ରଦ ମ୍ୟାଚ୍ । ଅଷ୍ଟ୍ରେଲିଆକୁ ମାତ୍ ଦେଇ ବିଜୟ ସହ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି ଭାରତ । ଏହି ମ୍ୟାଚରେ କଙ୍ଗାରୁ ଦଳକୁ ୬ ୱିକେଟରେ ହରାଇ ବିଜୟ ହୋଇଛି ଟିମ୍ ଇଣ୍ଡିଆ । କଳଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ଜବରଦସ୍ତ ବୋଲିଂ ପାଇଁ ବଡ ସ୍କୋର କରିପାରିନଥିଲା ଅଷ୍ଟ୍ରେଲିଆ । କଙ୍ଗାରୁ ଦଳ ମାତ୍ର ୨୦୦ରନର ବିଜୟ ଲକ୍ଷ ଦେବା ପରେ ଏହାକୁ ୫୨ ବଲ୍ ପୂର୍ବରୁ ୪ ୱେକେଟ୍ ହରାଇ ହାସଲ କରିନେଇଥିଲା ଭାରତ । ଓପ୍ନିଂ କରିବାକୁ ଆସିଥିଲେ କ୍ୟାପ୍ଟେନ୍ ରୋହିତ ଶର୍ମା ଓ ଈଶାନ କିଶନ। ହେଲେ ଈଶାନ ଖାତା ଖୋଲି ନପାରି ପ୍ରଥମ ଓଭରର ଚତୁର୍ଥ ବଲରେ ପାଭିଲିୟନ୍ ଫେରି ଯାଇଥିଲେ। ମିଚେଲ ଷ୍ଟାର୍କଙ୍କ ବଲରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

Advertisement

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ବିରାଟ କୋହଲି ଓ କେ.ଏଲ ରାହୁଲ ପାଳି ସମ୍ଭାଳିଥିଲେ । ଦୁହିଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ କଙ୍ଗାରୁ ଦଳ ପରାଜିତ ହୋଇଛି । ବିରାଟ ୮୫ ଓ ରାହୁଲ ଅପରାଜିତ ୯୭ ରନ କରିଥିଲେ । ଲୋ’ ସ୍କୋରିଂ ମ୍ୟାଚ୍ ସତ୍ୱେ ଚେନ୍ନାଇରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ କଡ଼ା ଟକ୍ଟର ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ।
ତେବେ ଜାଡେଜା ୩ଟି ୱିକେଟ୍ ନେଇଥିବା ବେଳେ କୂଳଦୀପ ଯାଦବ ଓ ବୁମରା ୨ ଟି ଲେଖାଏଁ ୱିକେଟ ନେଇଥିଲେ । ୪୯ ଓଭର ୩ଟି ବଲରେ ମାତ୍ର ୧୯୯ ରନ୍ କରିବାକୁ ସମର୍ଥ ହୋଇଥିଲା ଅଷ୍ଟ୍ରେଲିଆ । ୨୦୦ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ଓପନିଂ ପାଇଥିବା ଈଶାନ କିଶନ ବେପରୁ୍ଆ ସଟ୍ ଖେଳି ମିଚେଲ୍ ଷ୍ଟାର୍କଙ୍କ ଶିକାର ହୋଇଥିଲେ। ଜୋସ୍ ହାଜେଲଉଡ୍ ପ୍ରଥମେ ରୋହିତଙ୍କୁ ଏବଂ ପରେ ଶ୍ରେୟସ୍କୁ ଚକମା ଦେବା ପରେ ମାତ୍ର ୨ ରନରେ ୩ ୱିକେଟ୍ ହରାଇ ଭାରତ ଘୋର ସଙ୍କଟରେ ପଡ଼ିଥିଲା। । ୩ଟି ୱିକେଟ୍ ନେଇଥିଲେ ଅଷ୍ଟ୍ରେଲିଆର ହାଜେଲଉଡ୍ । ନୂଆ ବଲରେ ତାଙ୍କର ଘାତକ ବୋଲିଂ ଭାରତୀୟ ବ୍ୟାଟିଂ ଅର୍ଡରକୁ ଅସ୍ତବ୍ୟସ୍ତ କରି ପକାଇଥିଲା । ତେବେ ବିରାଟ କୋହଲି ଓ କେ.ଏଲ ରାହୁଲଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ, ଅଷ୍ଟ୍ରେଲିଆର ଆଶା ଉପରେ ପାଣି ପକାଇ ଦେଇଥିଲା ।

Leave a Reply

Your email address will not be published. Required fields are marked *