Pratidin TV

Odisha's Digital News Platform

ତିରୁପତି ପ୍ରସାଦରେ ବାହାରିଲା ପୋକ ! ଘଟଣା ସାମ୍ନାକୁ ଆସିବା ପରେ ମନ୍ଦିର ଅଧିକାରୀ ଭକ୍ତଙ୍କ ସହ କଲେ ଏପରି….

1 min read

ତିରୁପତି ଲଡୁ ବିବାଦ ଥମି ନଥିବା ବେଳେ ଏବେ ପୁଣି ନୂଆ ଅଭିଯୋଗ ସାମ୍ନାକୁ ଆସିଛି | ଜଣେ ଭକ୍ତ ଆଣିଛନ୍ତି ଅଭିଯୋଗ | ତେବେ ଜଣେ ଭକ୍ତ ଏବେ ଦାବି କରିଛନ୍ତି ଯେ, ଆନ୍ଧ୍ରପ୍ରଦେଶର ତିରୁମାଲା ମନ୍ଦିରରେ ସେମାନଙ୍କୁ ଦିଆଯାଇଥିବା ପ୍ରସାଦରେ ପୋକ ବାହାରିଛି । ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଏଭଳି ଦାବିକୁ ଖାରଜ କରିଛି । ଜଣେ ଭକ୍ତ ଏବେ ଏଭଳି ଦାବି କରିଛନ୍ତି |

ସୂଚନା ଅନୁଯାୟୀ, ବୁଧବାର ଦିନ ଜଣେ ଭକ୍ତ ୱାରଙ୍ଗାଲରୁ ଦର୍ଶନ ପାଇଁ ଯାଇଥିଲେ | କିନ୍ତୁ ଭୋଜନ ସମୟରେ ପ୍ରସାଦରେ ଏକ ପୋକ ଦେଖିବାକୁ ପାଇଥିଲେ, ଯାହା ଦେଖି ସ୍ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ପରେ ସେ ଅଭିଯୋଗ କରିଛନ୍ତି |

Advertisement

ତେବେ ଭକ୍ତ ଜଣଙ୍କ କହିଛନ୍ତି, ୱାରଙ୍ଗାଲରୁ ଦର୍ଶନ ପାଇଁ ଆସିଥିଲି । ମୁଁ ମୁଣ୍ଡନ କରିବା ପରେ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲି । କିନ୍ତୁ ଭୋଜନ ସମୟରେ ପ୍ରସାଦରେ ଏକ ପୋକ ଦେଖିବାକୁ ପାଇଥିଲି । ଏ ନେଇ ମୁଁ ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ କହିଥିଲି, କିନ୍ତୁ ସେମାନଙ୍କ ଯାହା ପ୍ରତିକ୍ରିୟା ରଖିଥିଲେ ତାହା ପୋକଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ଥିଲା ବୋଲି ଭକ୍ତଜଣକ କହିଥିଲେ । ସେମାନେ କହିଥିଲେ ବେଳେବେଳେ ଏହା ଘଟେ ।

ସେ ଆହୁରି କହିଛନ୍ତି, ତେବେ ଏହି ଘଟଣାର ଫଟୋ, ଭିଡିଓ ଉତ୍ତୋଳନ କରିବା ପରେ ଅଧିକାରୀମାନେ ମୋ ପାଖକୁ ଆସି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ପ୍ରସାଦ ସେବନ ପାଇଁ ବ୍ୟବହୃତ ହେଉଥିବା ପତ୍ରରୁ ଏହି ପୋକ ଆସିଛି ବୋଲି ସେମାନେ କହିଥିଲେ । ତେବେ ଏହି ଅବହେଳା ଗ୍ରହଣୀୟ ନୁହେଁ । ଯଦି ପିଲାମାନେ କିମ୍ବା ଅନ୍ୟମାନେ ଏହି ଦୂଷିତ ଖାଦ୍ୟ ଖାଆନ୍ତି ଆଉ ଅସୁବିଧାରେ ପଡ଼ନ୍ତି ଏଥିପାଇଁ କିଏ ଦାୟୀ ରହିବେ ବୋଲି କହିଛନ୍ତି ।

ତେବେ ସେହି ଭକ୍ତ ଜଣଙ୍କୁ ମନ୍ଦିର କର୍ମଚାରୀମାନେ ସେମାନଙ୍କୁ ଅପମାନିତ ଓ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ ବୋଲି ଭକ୍ତ ଅଭିଯୋଗ କରିଛନ୍ତି । ସେ ଆହୁରି କହିଛନ୍ତି, ‘ସେମାନେ ଆମକୁ ଘଉଡ଼ାଉଥିଲେ। ଏଭଳି ଘଟଣା ପାଇଁ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍’ ।

Leave a Reply

Your email address will not be published. Required fields are marked *