Pratidin TV

Odisha's Digital News Platform

ପେଟର ମୋଟାପଣ ପାଇଁ ବଢୁଛିକି ଚିନ୍ତା ? ଯାଆନ୍ତୁନାହିଁ ଜିମ୍ , ଏପରି ବ୍ୟବହାର କରନ୍ତୁ ଡାଲଚିନି ..,

1 min read

ଭୁବନେଶ୍ୱର : ଆଜି କାଲି ଓଜନ କମାଇବା ସହ ପେଟର ମୋଟାପଣ କମାଇବା ଏକ ବଡ ଚିନ୍ତା ପାଲଟିଛି । ଖୁବ୍ କମ୍ ବୟସରୁ ଲୋକମାନଙ୍କ ପେଟ ବଢିବା ବା ଚର୍ବି ସମସ୍ୟା ଦେଖାଦେଉଛି । ନିଜର ଡେଲି ଲାଇଫ୍‌ର ଖାଦ୍ୟପାନୀୟକୁ ଅଣଦେଖା କରୁଥିବାରୁ ଆଜିକାଲି ଏସବୁ ସମସ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ଏହି ଚର୍ବି ବା ପେଟ ବଢିବା ସମସ୍ୟା ଆଜି ଯୁବପୀଢି ଯଥା ଉଭୟ ପୁରୁଷ ଏବଂ ମହିଳାମାନଙ୍କ ଠାରେ ଦେଖାଦେଉଛି । କିନ୍ତୁ ଯଦି ଆମେ ଆମର ପ୍ରତ୍ୟକଦିନ ଖାଦ୍ୟ ତଥା ଡାଏଟ୍‌ରେ ବାଲାନ୍ସ କରିବା ତେବେ ଶରୀର ସୁସ୍ଥ ରହିବା ସହ ଚର୍ବି ଓ ପେଟ ବଢିବା ସମସ୍ୟା ମଧ୍ୟ କମିବ ।

ଆମ ଦୈନନ୍ଦିନ ଜୀବନର ଅନେକ ଛୋଟ ବଡ ରୋଷେଇ ସାମଗ୍ରୀ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ଗୋଟିଏ ହେଉଛି ଡାଲଚିନି। ସଠିକ୍ ଉପାୟରେ ଡାଲଚିନିକୁ ଖାଇବା ଦ୍ୱାରା ପେଟର ଚର୍ବି କମିଥାଏ। ଡାଲଚିନି ଏପରି ଏକ ମସଲା ଯାହା ଚା’ ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟରେ ପକାଯାଏ। ଡାଲଚିନିର ସ୍ବାଦ ସାମାନ୍ୟ ମିଠା ଏବଂ ରାଗ। ଓଜନ ହ୍ରାସ କରିବାକୁ, ଡାଲଚିନି ଆପଣଙ୍କ ଖାଦ୍ୟର ଏକ ଅଂଶ ହୋଇପାରେ। ତେବେ ଓଜନ ହ୍ରାସ ପାଇଁ, ଡାଲଚିନିରେ ଚା’ ପ୍ରସ୍ତୁତ କରି ପିଇପାରିବେ। ଏଥିପାଇଁ ଆପଣଙ୍କୁ ଗୋଟିଏ କପ୍ ପାଣି, ଗୋଟିଏ ଚାମଚ ମହୁ, ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ଏକ ଛୋଟ ଡାଲଚିନି ଖଣ୍ଡ ଆବଶ୍ୟକ। ଏକ ପାତ୍ରରେ ପାଣି ନେଇ ଏହାକୁ ଡାଲଚିନି ମିଶାଇ ଫୁଟାନ୍ତୁ । ତାପରେ ଏହାକୁ ଏକ କପ୍ ରେ ଛାଣି ଲେମ୍ବୁ ରସ ଓ ମହୁ ମିଶାଇ ପିଅନ୍ତୁ।

Advertisement

ଡାଲଚିନିକୁ ଆପଣ କଫିରେ ମିଶାଇ ମଧ୍ୟ ପିଇପାରିବେ। ଏହା କଫିର ସ୍ୱାଦକୁ ଆହୁରି ବଢାଇଥାଏ। ଏହା ବ୍ୟତୀତ ଓଜନ ହ୍ରାସ କରିବା ପାଇଁ ଡାଲଚିନିକୁ ଆପଣ ପାଣି ପିଇପାରିବେ। ଡାଲଚିନି ପାଣି ତିଆରି କରିବା ପାଇଁ, ଏକ ଗ୍ଲାସ ପାଣିରେ ଅଧା ଚାମଚ ଡାଲଚିନି ପକାଇ ରାତ୍ରି ଭୋଜନ କରିବାର ଅଧ ଘଣ୍ଟା ପରେ ପିଅନ୍ତୁ। ଏହା ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ। ଏବଂ ଖୁବଶୀଘ୍ର ପ୍ରାକୃତିକ ଉପାୟରେ ଆପଣଙ୍କୁ ପତଳା କରିଥାଏ ବା ପେଟର ଚର୍ବି କମାଇଥାଏ । ଆପଣମାନଙ୍କୁ କୌଣସି ଜିମ୍ ଯାଇଁ ଙ୍ଗକ୍ଟକ୍ସଳକ୍ଟଙ୍କଗ୍ଧ କରିବାକୁ ପଡିବ ନାହିଁ କିମ୍ବା ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ ।

Leave a Reply

Your email address will not be published. Required fields are marked *