Pratidin TV

Odisha's Digital News Platform

ଚଳିତ ନିର୍ବାଚନରେ ମୋଦୀଙ୍କ ବିଜୟ ପାଇଁ , ବିଜେପି କର୍ମୀ କଲେ ମହାଯଜ୍ଞ , ପୂଜାର୍ଚ୍ଚନା ..

1 min read

ପାଖେଇ ଆସିଲାଣି ନିର୍ବାଚନ । ଏହାରି ଭିତରେ ଭୋଟର ମାନେ ନିଜ ପ୍ରିୟ ନେତା ମାନଙ୍କୁ ଜିତାଇବା ପାଇଁ ଆରମ୍ଭ କରୁଛନ୍ତି ଅନେକ ପ୍ରୟାସ । ତେବେ ପୁଣି ଥରେ ନରେନ୍ଦ୍ର ମୋଦି ତୃତୀୟ ଥର ପ୍ରଧାନ ମନ୍ତ୍ରୀ ଆସନରେ ବସିବା ପାଇଁ ଏବେ ଚାଲିଛି ପୂଜାର୍ଚ୍ଚନା । ପ୍ରଧାନମନ୍ତ୍ରୀଙ୍କ ବିଜୟ କାମନା କରି ଅନୁଷ୍ଠିତ ହେଉଛି ମହାଯଜ୍ଞ । ସୂଚନାନୁଯାୟୀ ଯାଜପୁର ଜିଲ୍ଲା ଧର୍ମଶାଳା ବିଜେପି ନେତା ହିମାଂଶୁ ଶେଖର ସାହୁଙ୍କ ଆୟୋଜନରେ ବାବା ଗୋଖର୍ଣେଶ୍ୱର୍ ଙ୍କ ପୀଠରେ ମହାଯଜ୍ଞ ଅନୁଷ୍ଟିତ ହୋଇଛି ।

ଏଥିରେ ହିମାଂଶୁ ଏବଂ ଅନେକ ସମର୍ଥକ ମାନେ ଏକ ଦିନାତ୍ମକ ମହାଯଜ୍ଞ କରିଛନ୍ତି । ଚଳିତ ନିର୍ବାଚନ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭଳି ଭାବରେ ଆହୁରି ଅଧିକ ଆସନରେ ବିଜୟୀ ହୋଇ ,ତୃତୀୟ ଥର ପ୍ରଧାନ ମନ୍ତ୍ରୀ ଆସନରେ ବସିବେ ଏ ନେଇ ବିଜେପି କର୍ମକର୍ତ୍ତା ମାନେ ବାବା ଗୋଖର୍ଣେଶ୍ୱର ଙ୍କ ନିକଟ ରେ ପାର୍ଥନା କରିଥିଲେ ।ଏଥିରେ ବିଜେପି ର ମହିଳା କର୍ମକର୍ତ୍ତା ମାନେ ସାମିଲ ହେବାସହ ଏକ କଳସ ଶୋଭାଯାତ୍ରା ମଧ୍ୟ କରିଥିଲେ ।ସମଗ୍ର ଅଞ୍ଚଳ ହରିବୋଲ ହୁଳ ହୁଳି ରେ ପ୍ରକମ୍ପିତ ହେବା ସହ ନରେନ୍ଦ୍ର ମୋଦୀ ଜିନ୍ଦାବାଦ ନାରା ରେ ପ୍ରକମ୍ପିତ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *