Pratidin TV

Odisha's Digital News Platform

ତକିଆ ତଳେ ଏମିତି ଚିଠିଟେ ଲେଖି ଶୁଅନ୍ତୁ ; କିଛି ଦିନରେ ସତ ହେଇଯିବ ମନୋସ୍କାମନା….

1 min read

ତକିଆ ତଳେ ଏମିତି ଚିଠି ଟେ ଲେଖି ଶୁଅନ୍ତୁ, କିଛି ଦିନରେ ସତ ହେଇଯିବ ମନୋସ୍କାମନା। କୁହାଯାଏ ମନ୍ ଅନେକ ଆଶା ଓ କାମନାର ଭଣ୍ଡାର, ମନର ଆଶା ଅସୁମାରୀ ତେବେ ମନୁଷ୍ୟ କିଛି ନିଜ ପରିଶ୍ରମରେ ସ୍ବପ୍ନ ପୂରଣ କରିବା କ୍ଷମତା ରଖୁଥିବା ବେଳେ ଅନେକ ସମୟରେ ମନୁଷ୍ୟ ଭାଗ୍ୟ ଏହାକୁ ପୂରଣ କରିଦିଏ।

ତେବେ କିଛି ଆଞ୍ଜେଲ୍ ହିଲର୍ ଙ୍କ ମତରେ ପ୍ରତି ମନୁଷ୍ୟ ପାଖେ ୨ ଦେବଦୂତ ରହିଥାନ୍ତି ଯେଉଁ ମାନଙ୍କୁ ଆବାହନ କଲେ ସେମାନେ ମନୁଷ୍ୟ ଇଚ୍ଛା ପୂରଣ କରନ୍ତି। ନିଜ ଇଚ୍ଛା ପୂରଣ କରିବା ପାଇଁ ପ୍ରଥମେ ଗୋଟିଏ କାଗଜ ଆଣି, ସେଥିରେ ନାଲି କଲମରେ ଲେଖାନ୍ତୁ ‘ହେ ମୋର ଦେବଦୂତ ମୁଁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଯେ ମୋର ଏହି ଇଚ୍ଛା ( ଇଚ୍ଛା ନାମ) ପୂରଣ ହୋଇଯାଇଛି। ଏଣୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ’। ଏହା ସହ ଏହି ଇଚ୍ଛା ପୂରଣ ହେବା ଯୋଗୁଁ ଆପଣଙ୍କ ଖୁସି କଥା ଉଲ୍ଲେଖ କରନ୍ତୁ।

Advertisement

୧. ନିଜ ଆଶା ବା ଇଚ୍ଛା ଭବିଷ୍ୟତ ରେ ରହି ଲେଖନ୍ତୁ, ଯେପରି ଏହା ଆପଣଙ୍କ ଜୀବନରେ ଘଟି ସାରିଛି। ମନେକର ଆଜି ୧୦ ନଭେମ୍ବର ଆପଣ ଯେବେ ସୁଦ୍ଧା ଆପଣଙ୍କ ଇଚ୍ଛା ପୂରଣ ହେଉ ଚାହୁଁଛନ୍ତି ସେହି ତାରିଖ ଲେଖନ୍ତୁ।

୨. ଏହି ଭଳି ଚିଠି ଲେଖି ତକିଆ ତଳେ ରଖି ଶୋଇପଡ଼ନ୍ତୁ ଓ ପ୍ରତ୍ୟେକ ଦିନ ରାତିରେ ଏହି ଭଳି ଚିଠି ଲେଖନ୍ତୁ। ଯେଉଁ ଯାଏଁ ଏହା ପୂରଣ ହେଇନାହିଁ ବା ନିର୍ଦ୍ଦିଷ୍ଟ ତାରିଖ ଯାଏଁ।

୩. ଲେଖିବା ବେଳେ ପୁରା ଶ୍ରଦ୍ଧା ସହକାରେ ଚିଠି ଲେଖନ୍ତୁ। ଏହାକୁ ନିଜେ ଏକୁଟିଆ ପଢନ୍ତୁ ଓ ଲେଖିବା ପରେ ସାଇତି ରଖନ୍ତୁ। ଇଚ୍ଛା ପୂରଣ ହେଲା ପରେ ଏହାକୁ ପାଣିରେ ଭସେଇ ଦିଅନ୍ତୁ।

୪. ନିଜ ଶ୍ରଦ୍ଧା ଉପରେ ସନ୍ଦେହ କରନ୍ତୁ ନାହିଁ। ନହେଲେ ଫଳ ପ୍ରାପ୍ତି ବିଳମ୍ବ ହୋଇପାରେ।

୫. ସବୁବେଳେ ନିଜ ଦେବଦୂତ ଙ୍କୁ ଶୋଇବା ଆଗରୁ ଧନ୍ୟବାଦ ଦିଅନ୍ତୁ।

୬. ଆପଣ ଏହି ଚିଠି ନିଜେ ଶ୍ରଦ୍ଧା ରଖୁଥିବା ଠାକୁର, ଈଶ୍ୱର ବା ଭଗବାନ ବା ଦେବଦୂତଙ୍କୁ ଲେଖି ପାରିବେ।

କଥାରେ ଅଛି ବିଶ୍ୱାସ ମୂଳେ ମିଳନ୍ତି ହରି। ଆପଣଙ୍କ ବିଶ୍ୱାସ ଯେଉଁଯାଇଁ ଶ୍ରଦ୍ଧାରୂପ ନେଇ ନାହିଁ ସେ ଯାଏଁ ଆପଣଙ୍କ ଜୀବନ ରେ କଠିନ ସ୍ଥିତି ରହିବ ହେଲେ ଯେବେ ଶ୍ରଦ୍ଧା ଆସିବ, ସବୁ ସରଳ ହେଇଯିବ।

Leave a Reply

Your email address will not be published. Required fields are marked *