Pratidin TV

Odisha's Digital News Platform

ଏକ୍ସରୁ ହଟିବ ପ୍ରତିବନ୍ଧକ, କୋର୍ଟରେ ହେଲା ମାମଲାର ଶୁଣାଣି

1 min read

ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ X କୁ ବ୍ୟାନ କରିଦିଆଯାଇଛି | ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ X କୁ ବ୍ୟାନ କରିବାକୁ ନେଇ ସରକାର ଆଦେଶ ଦେଇଥିଲେ |ତେବେ ବୁଧବାର ଏହି ବ୍ୟାନକୁ ନେଇ ଅଧିକାରୀକ ଭାବରେ ଘୋଷଣା କରିଛନ୍ତି | ଅପର ପାଖେ ପାକିସ୍ତାନ ସିନ୍ଧ୍ୟ ହାଇକୋର୍ଟ ସରକାରଙ୍କୁ X ଉପରେ ଲାଗିଥିବା ବ୍ୟାଙ୍କ ରଦ୍ଧ କରିବାକୁ ନେଇ ନିର୍ଦ୍ଦେଶ ଦେଇଥିଲେ |

ପାକିସ୍ତାନ ସୋସିଆଲ ମିଡ଼ିଆ X ବନ୍ଦ ହେବା ନେଇ ପାକିସ୍ତାନର ଏକ ହାଇକୋର୍ଟରେ ହୋଇଥିଲା ଶୁଣାଣି | ୧ସପ୍ତାହ ମଧ୍ୟରେ ଏହି ପ୍ରତିବନ୍ଧକକୁ ପ୍ରତ୍ୟହାର କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି କୋର୍ଟ | ତେବେ ନିର୍ବାଚନ ସମୟରେ ଦେଶରେ X ଉପରେ ପ୍ରତିବନ୍ଧକ ଲଗାଯାଇଥିବା ନେଇ ଦେଶର ଅଭ୍ୟନ୍ତରଣୀୟ ମନ୍ତ୍ରାଳୟ ପକ୍ଷରୁ କୋର୍ଟରେ ଜଣାଯାଇଥିଲା | ଫେବୃଆରୀ ମଧ୍ୟ ଭାଗରୁ ପାକିସ୍ତାନର ଉପଭୋକ୍ତାମାନେ X ବ୍ୟବହାରକାରୀମାନେ ବ୍ୟବହାର କରିବାରେ ସମସ୍ୟା ଭୋଗିଥିଲେ । ଏହି ମାମଲା କୋର୍ଟରେ ମଧ୍ୟ ପହଞ୍ଚିଥିଲା । ସରକାରଙ୍କ ବିନା କୌଣସି ସୂଚନା ଦେଇ ଏହି ସାଇଟକୁ ବନ୍ଦ କରିଥିବା ନେଇ କୋର୍ଟରେ ମାମଲା ଦାୟର ହୋଇଥିଲା ।

ପାକିସ୍ତାନର ଏକ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି । ଏକ ସପ୍ତାହ ମଧ୍ୟରେ ଏହାକୁ ଦେଶରେ ପୁନଃଚାଲୁ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ମାମଲାରେ ଦେଶର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୋର୍ଟରେ ଦର୍ଶାଯାଇଛି ଯେ, ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ସୋସିଆଲ ମିଡିଆ ସାଇଟ ଏକ୍ସକୁ ବନ୍ଦ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ସରକାରୀ ନିର୍ଦ୍ଦେଶାବଳୀର ଅନୁପାଳନ କରୁନଥିବା ଅଭିଯୋଗରେ ନିର୍ବାଚନ ସମୟରେ ଅର୍ଥାତ୍ ଫେବ୍ରୁଆରୀ ୮ ରୁ ଦେଶରେ ଏହାକୁ ବନ୍ଦ କରାଯାଇଥିଲା । ଦେଶର ଯୋଗାଯୋଗ କର୍ତ୍ତୃପକ୍ଷ ମଧ୍ୟ ହାଇକୋର୍ଟରେ ଏନେଇ ତଥ୍ୟ ଦାଖଲ କରିଛନ୍ତି । ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟରକୁ ଦେଶରେ ସଟଡାଉନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଯୋଗାଯୋଗ କର୍ତ୍ତୃପକ୍ଷଙ୍କୁ ପକ୍ଷରୁ ପ୍ରମାଣ ଦାଖଲ କରାଯାଇଛି ।

Leave a Reply

Your email address will not be published. Required fields are marked *