Pratidin TV

Odisha's Digital News Platform

ଆସିଲା ନୂତନ ଅପଡେଟ , ଏକ୍ସ ରେ ଦେଖାଯିବନି ଲାଇକ୍ ..

1 min read

ଏବେ  ସୋସିଆଲ୍ ମିଡିଆ ସାଇଟ୍ ‘X’ ରେ ଦେଖିବାକୁ ମିଳିବନି ଲାଇକ୍ ।  ସର୍ବସାଧାରଣ ଲାଇକ୍ ଡିଫଲ୍ଟ ଭାବରେ ବ୍ୟକ୍ତିଗତ ହୋଇଛି । ଏବେ କାହାର ଲାଇକ୍ ଦେଖିବାକୁ ସମର୍ଥ ହେବେ ନାହିଁ ୟୁଜର୍ସ  । ଯଦି ଜଣେ ୟୁଜର୍ସ ଏକ୍ସ ରେ କୌଣସି ପ୍ରକାରର ବିଷୟବସ୍ତୁ ଲାଇକ୍  କରେ ତାହେଲେ ସେହି ବିଷୟରେ ଅନ୍ୟକେହି ଜାଣିପାରିବେ ନାହିଁ ।  

ଏନେଇ ସ୍ପଷ୍ଟ କରିଛନ୍ତି ଏଲନ୍ ମସ୍କ । ସେ ତାଙ୍କର ଏକ ପୋଷ୍ଟରେ କହିଛନ୍ତି, ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ । ତୁମର ପସନ୍ଦ ବର୍ତ୍ତମାନ ବ୍ୟକ୍ତିଗତ ହୋଇଛି। ଲାଇକ୍, ଗଣନା ଏବଂ ଅନ୍ୟାନ୍ୟ ମେଟ୍ରିକ୍ ପରି ଆପଣଙ୍କ ନିଜ ପୋଷ୍ଟ ପାଇଁ ବିଜ୍ଞପ୍ତି ବାକ୍ସରେ ଦେଖାଯିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *