Pratidin TV

Odisha's Digital News Platform

ମାଗଣାରେ ଚଳାଇ ପାରିବେନି ଏକ୍ସ ଆକାଉଣ୍ଟ , ଆକାଉଣ୍ଟ ଖୋଲିଲେ ଦେବାକୁ ପଡିବ ଟଙ୍କା ..

1 min read

ଯଦି ଆପଣ ଏକ୍ସ ୟୁଜର ତାହେଲେ ଏହି ଖବର କେବଳ ଆପଣଙ୍କ ପାଇଁ । ଏବେ ଆଉ ମାଗଣାରେ ଚଲାଇ ପାରିବେନି ଏକ୍ସ । ଏକ୍ସ ଖୋଲିଲେ ଦେବାକୁ ପଡିବ ଟଙ୍କା । କାରଣ ଏବେ ଏକ୍ସ ଆକାଉଣ୍ଟ ପାଇଁ ବଡ ଘୋଷଣା କଲେ ଏଲନ୍ ମସ୍କ । ଖୁବ୍ ଶୀଘ୍ର ୟୁଜର୍ସ ମାନଙ୍କ ପାଖରୁ ଟଙ୍କା ଚାର୍ଜ କରିବେ ଏଲୋନ ମସ୍କ । ଏନେଇ ସୂଚନା ଦେଇଛନ୍ତି ଏଲୋନ ମସ୍କ ।

ଏଲୋନ୍ ମସ୍କଙ୍କ ସୂଚନାଅନୁଯାୟୀ, ଏକ୍ସରେ ଯୋଗ ଦେଉଥିବା ନୂତନ ଉପଭୋକ୍ତାଙ୍କୁ ଟ୍ୱିଟ୍‌, ଲାଇକ୍‌, ବୁକ୍‌ମାର୍କ ଓ କମେଣ୍ଟ କରିବା ପାଇଁ ଛୋଟ ପରିମାଣର ଦେୟ ଦେବାକୁ ପଡ଼ିବ ତାହା ସହ ସୋସିଆଲ ନେଟୱାର୍କରେ ପ୍ରବେଶ କରିବା ପାଇଁ ନୂତନ ଉପଭୋକ୍ତାଙ୍କୁ ବାର୍ଷିକ ଦେୟ ଦେବାକୁ ମଧ୍ୟ ପଡ଼ିବ । ଏହି ନିୟମ ପୂର୍ବରୁ ଫିଲିପାଇନ୍ସ ଏବଂ ନ୍ୟୁଜିଲ୍ୟାଣ୍ଡ ରେ ସକ୍ରିୟ ଥିଲା । ଏବେ ଏହାକୁ ଅନ୍ୟ ସବୁ ଦେଶରେ ଲାଗୁ କରାଯିବାର ସୂଚନା ରହିଛି । ଏବଂ ଏହା ଦୁର୍ନୀତି ହ୍ରାସ କରିବାରେ ସହାୟ ହେବ ବୋଲି ବିଶ୍ୱାସ କରାଯାଉଛି । ଏକ ଟୁଇଟର ଜବାବରେ ମସ୍କ କହିଛନ୍ତି, ” ନୂଆ ବ୍ୟବହାରକାରୀଙ୍କ ପାଇଁ ଏକ ସ୍ୱଳ୍ପ ଦେୟ ଲାଗୁ ହେବାକୁ ଯାଉଛି ।”

Advertisement

Leave a Reply

Your email address will not be published. Required fields are marked *