Pratidin TV

Odisha's Digital News Platform

ଗ୍ରାହକଙ୍କୁ ଫେରାଇଲେନି ୩ଟଙ୍କା ; ଏବେ ଜେରକ୍ସ ଦୋକାନୀ ଗଣିବେ ୨୫ ହଜାର ……

1 min read

ସମ୍ବଲପୁର ; ଫେରାଇଲେଣି ୩ ଟଙ୍କା ଏବେ ଗଣିବେ ୨୫ ହଜାର ଫାଇନ୍ । ଘଟଣାଟି ଆଶ୍ଚୟ ଲାଗୁଥିଲେ ବି ସତ, ଜଣେ ଜେରକ୍ସ ଦୋକାନୀଙ୍କୁ ଗ୍ରାହକଙ୍କୁ ୩ ଟଙ୍କା ଫେରସ୍ତ ନ କରିବା ବଡ଼ ମ‌ହଙ୍ଗା ପଡ଼ିଛି । ଆଉ ଜେରକ୍ସ ଦୋକାନୀଙ୍କୁ ଏଥିପାଇଁ ଗଣିବାକୁ ପଡ଼ିବ ୨୫ ହଜାର ଟଙ୍କା ଫାଇନ । ଏନେଇ ସମ୍ବଲପୁର ଜିଲ୍ଲା ଖାଉଟି ଅଦାଲତ ନିର୍ଦ୍ଦେଶ ଦେବାପରେ ଏହି ଘଟଣା ଆଜି ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ଅନୁସାରେ ସମ୍ବଲପୁର ସହରର ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ ବୁଢ଼ାରଜା ଅଞ୍ଚଳରେ ଥିବା ଏକ ଜେରେକ୍ସ ଦୋକାନ ରେ ଗୋଟିଏ ଜେରକ୍ସ କପି ବାହାର କରିବା ପାଇଁ ଦୋକାନୀ ଙ୍କୁ ୫ ଟଙ୍କା ଦେବା ପରେ ଦୋକାନୀ ଜଣକ ତାଙ୍କୁ ଆଉ ୩ ଟଙ୍କା ଫେରାଇନଥିଲେ । ତେବେ ୩ ଟଙ୍କା ନଦେଇ ଦୋକାନୀ ଜଣକ ପ୍ରଫୁଲ୍ଲ ଦାଶଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ।

Advertisement

ତେବେ ଶ୍ରୀଯୁକ୍ତ ଦାଶ ଏହା ପରେ ଖାଉଟି ଅଦାଲତର ଦ୍ୱାରସ୍ତ ହୋଇ କେସ କରିବା ପରେ ଖାଉଟି ଅଦାଲତ ଏନେଇ ଜେରକ୍ସ ଦୋକାନୀ ଙ୍କୁ ୨୫ ହଜାର ଟଙ୍କା ଫାଇନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଣେ ଖାଉଟି ଅଦାଲତ ର ୩ ଟଙ୍କା ନଦେବା ପାଇଁ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ ଦେବା ଘଟଣା କୁ ନେଇ ଆଜି ଜିଲ୍ଲା ରେ ଚର୍ଚ୍ଚା ଜୋର ରହିଛି ।

Leave a Reply

Your email address will not be published. Required fields are marked *